ମତ୍ସ୍ୟଜୀବୀଙ୍କୁ ମାଛ ବିକ୍ରି ଚିନ୍ତା

ପୁରୀ ଅଫିସ,୧୩ା୪: ପୁରୀ ଜିଲାର ପେଣ୍ଠକଟା, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି। କରୋନା ପାଇଁ ବେଉସା ବନ୍ଦ ହୋଇଯିବାରୁ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏବେ ସରକାର ମାଛଚାଷ, ଧରିବା ଓ ବିକିବା ଉପରୁ କଟକଣା ହଟାଇ ଦେଇଛନ୍ତି। କିନ୍ତୁ ଅଭାବୀ ବିକ୍ରିକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି। ମାଛ ଧରିଲେ ବି ବିକ୍ରି କରିବେ କେମିତି? ବରଫ କଳ ବନ୍ଦ ରହିଥିବାରୁ ମାଛ, କଙ୍କଡ଼ାକୁ କିପରି ସଂରକ୍ଷଣ କରିବେ ବୋଲି ମତ୍ସ୍ୟଜୀବୀ ଓ ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।

ମାଛ ଉପରୁ କଟକଣା ଉଠାଇବା କେନ୍ଦ୍ର ସରକାରଙ୍କ ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି। କିନ୍ତୁ ଏହା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିପାରିବ ନାହିଁ। ମାଛ ଧରିବା ଓ ବିକ୍ରି କରିବା ଲାଗି ଆନୁଷଙ୍ଗିକ ସୁବିଧା କରା ନ ଗଲେ ମତ୍ସ୍ୟଜୀବୀ ଉପକୃତ ହେବେ ନାହିଁ। ଏଣୁ ଲକ୍‌ ଡାଉନ ସମୟରେ ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ।
– ପ୍ରସନ୍ନ କୁମାର ବେହେରା, ସଭାପତି,
ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ
କଟକଣା ଉଠାଇ ଦିଆଯିବା ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀଙ୍କ ପାଇଁ ନିଶ୍ଚିତ ଏକ ଖୁସି ଖବର। ହେଲେ ଏହାଦ୍ୱାରା ମତ୍ସ୍ୟଜୀବୀମାନେ ଉପକୃତ ହୋଇପାରିବେ ନାହିଁ। ବରଫ ମିଳୁ ନ ଥିବାରୁ ଆମଠୁ କେହି ମାଛ ନେବେ ନାହିଁ। ଆମେ ମାଛ ଧରି କ’ଣ କରିବୁ। ଏହାଦ୍ୱାରା ଅଭାବୀ ବିକ୍ରି ହେବ। ମାଛ ନେବା ପାଇଁ ଆସୁଥିବା ଗାଡ଼ିିଗୁଡ଼ିକୁ ବି ଛଡ଼ାଯିବା ଦରକାର।
– ପ୍ରଶାନ୍ତ ଭୋଳ, ମତ୍ସ୍ୟଜୀବୀ
ପ୍ରତିଦିନ ମାଛ ଧରି ପୁରୀର ବିଭିନ୍ନ ହୋଟେଲକୁ ଦେଇଥାଉ। କିନ୍ତୁ ବର୍ତ୍ତମାନ ସବୁ ହୋଟେଲ ବନ୍ଦ। ପର୍ଯ୍ୟଟକ ବି ନାହାନ୍ତି। ଆମେ ମାଛ, କଙ୍କଡ଼ା ଧରି କାହାକୁ ଦେବୁ। ଗାଡ଼ିିମୋଟର ଚଳାଚଳ କରୁନାହିଁ। ୨୦ ଦିନ ହେଲା ଘରେ ବସିଛୁ। ଚଳିବାରେ ଅସୁବିଧା ହେଉଛି। ସରକାର ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ଦରକାର।
– ଜି. ରାମଚନ୍ଦ୍ର, ମତ୍ସ୍ୟଜୀବୀ, ପେଣ୍ଠକଟା
ଓଡ଼ିଶା ଲୋକ ସମୁଦ୍ର ମାଛ ଖାଇବାକୁ ବିଶେଷ ପସନ୍ଦ କରନ୍ତି ନାହିଁ। ଏହି ମାଛ ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବାଇ ଆଦି ଅଞ୍ଚଳକୁ ପଠାଯାଏ। ତେଣୁ ବିକ୍ରି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ପରିବହନ ସୁବିଧା ହେବା ଦରକାର। ନଚେତ ମାଛର ଉଚିତ ମୂଲ୍ୟ ମିଳିବ ନାହିଁ। ଗରିବ ମତ୍ସ୍ୟଜୀବୀମାନେ କ୍ଷତି ସହିବେ।
-ବାବୁଲା ପ୍ରସାଦ, ମତ୍ସ୍ୟଜୀବୀ ନେତା, ପେଣ୍ଠକଟା
ସରକାର ମାଛ ମାରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ବିକ୍ରି କେମିତି ହେବ ସେ କଥା ଚିନ୍ତା କରିନାହାନ୍ତି। ପୁରୀ ସମୁଦ୍ରରୁ ଧରାଯାଉଥିବା ଅଧିକାଂଶ ମାଛ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇଥାଏ। ଏବେ ଟ୍ରେନ ଚଳାଚଳ ବନ୍ଦ ରହିଛି। ତେଣୁ ବ୍ୟବସାୟୀ ମାଛ ନେବାକୁ ଆସିବେ ନାହିଁ। ଆମେ ଡିଜେଲ ଆଦି ଖର୍ଚ୍ଚ କରି ଯେତିକି ମାଛ ଆଣିବୁ ତାହାର ଉଚିତ ମୂଲ୍ୟ ମିଳିବ ନାହିଁ। ତେଣୁ ବିକ୍ରି ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ।
– ଜି. ଚିଟୁବାବୁ, ମତ୍ସ୍ୟଜୀବୀ, ପେଣ୍ଠକଟା


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri