ମଣ୍ଡି ବନ୍ଦ ଦିନ ୩ଶହ କୁଇଣ୍ଟାଲ ଧାନ କିଣା

ନବରଙ୍ଗପୁର,୧୦।୧(ବି.ପ୍ର.)- ମଣ୍ଡିରେ ଚାଷୀଙ୍କ ସ୍ବାଥର୍ର୍ ପ୍ରତି ଦୃଷ୍ଟି ଦିଆଯିବ। ଠିକ ସମୟରେ ଧାନ ମଣ୍ଡିରୁ ଉଠିବ ଓ ସରକାରୀ ଧାର୍ଯ୍ୟ ମୂଲ୍ୟ ଚାଷୀ ପାଇବେ । ଏହା ସରକାର ଚିନ୍ତା କରୁଛନ୍ତି। ତେବେ କେତେ ଜଣ ଲ୍ୟାମ୍ପ୍ସ କର୍ମଚାରୀ ବ୍ୟବସାୟୀଙ୍କ ସହ ହାତ ମିଶାଇ ଚଞ୍ଚକତା କରୁଛନ୍ତିି ା ମଣ୍ଡି ବନ୍ଦ ହେବା ଦିନ ୩ ଶହ କୁଇଣ୍ଟାଲ ଧାନ ଲ୍ୟାମ୍ପସ ଏମଡିଙ୍କ ଅଜାଣତରେ କିଣା ହୋଇଛି। ଏହିଭଳି ଏକ ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖଣ୍ଟିି ଲ୍ୟାମ୍ପ୍ସରେ ହୋଇଥିବା ଜଣାପଡିଛି। ଲ୍ୟାମ୍ପ୍ସ ଅଧୀନ ପୂଜାରିଗୁଡା, ଲମତାଗୁଡା ଓ ମଂଚାଗାଁରେ ଧାନ ମଣ୍ଡି ବ୍ୟବସ୍ଥା ଗ୍ରହଣ କରାଯାଇଛି ା ପୂଜାରିଗୁଡା ଠାରେ ରବିବାର ଓ ମଙ୍ଗଳବାର, ଲମତାଗୁଡା ଠାରେ ଗୁରୁବାର ଓ ମଂଚାଗାଁ ଠାରେ ଶୁକ୍ରବାର ମଣ୍ଡି ବ୍ୟବସ୍ଥା ରହିଛି ା ବର୍ଷା ପାଗ ଯୋଗୁ ଗତ ୫ ତାରିଖରେ ପୂଜାରିଗୁଡା ଠାରେ ଧାନ ମଣ୍ଡି ବନ୍ଦ ରହିଥିଲା ା ମଣ୍ଡି ବନ୍ଦ ରହିଥିବା ସତ୍ତ୍ୱେ ଏମଡିଙ୍କ ଅଜାଣତରେ ଲ୍ୟାମ୍ପସ କର୍ମଚାରୀ ମହେଶ୍ୱର ନାୟକ ୩ଶହ କୁଇଣ୍ଟାଲ ଧାନ କିଣିଛନ୍ତି। ଲ୍ୟାମ୍ପସ କୋଷାଧ୍ୟକ୍ଷ ରାମକୃଷ୍ଣ ପାଢୀଙ୍କ ସ୍ତ୍ରୀ ପରମିତା ସାବତଙ୍କ ନାଁରେ ୧୪୩ କୁଇଣ୍ଟାଲ , ଦିଗିସଲପା ଗାଁର ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ନାମରେ ୧ଶହ କୁଇଣ୍ଟାଲ ଓ ବଂଶିଧର ପ୍ରଧାନଙ୍କ ନାମରେ ୫୮ କୁଇଣ୍ଟାଲ ଧାନ କିଣାଯାଇଛି ା ବୈରାଗୀ ଟ୍ରେଡର୍ସକୁ ୩ଶହ କୁଇଣ୍ଟାଲ ଧାନ ଦିଆଯାଇଥିବା ଅନଲାଇନ ମାଧ୍ୟମରେ ଦର୍ଶାଯାଇଛି ା ଚାଷୀଙ୍କ ଆଖି ସ୍କାନ ହୋଇନଥିବା ସତ୍ତ୍ୱେ କିଭଳି ଧାନ କିଣା ଓ ଯୋଗାଣ ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଅନ୍ୟପକ୍ଷେ ଉକ୍ତ ଚାଷୀ କିଭଳି ବିକ୍ରୀ ଧାନର ଅର୍ଥ ପାଇବେ ତାହା ମଧ୍ୟ ଏକ ବଡ ପ୍ରଶ୍ନବାଚୀ ହୋଇଛି ା ପୂଜାରିଗୁଡା ଧାନ ମଣ୍ଡି ବନ୍ଦ ଥିବା ଦିନ କୋଷାଧ୍ୟକ୍ଷ ରାମକୃଷ୍ଣଙ୍କ ଚାପରେ ୩ଶହ କୁଇଣ୍ଟାଲ ଧାନ ଅନଲାଇନ ମାଧ୍ୟମରେ ମହେଶ୍ୱର କିଣିଥିବା କହିଛନ୍ତି। ଲ୍ୟାମ୍ପସ ଏମଡି ନରେନ୍ଦ୍ର ଚନ୍ଦ୍ର ଦାଶଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ବର୍ଷା ପାଗ ଯୋଗୁଁ ୫ ତାରିଖରେ ମଣ୍ଡି ବନ୍ଦ କରିବାକୁ ନୋଟିସ କରିଥିଲି।ଏମଡିଙ୍କ ଅଜାଣତରେ ଓ ବିନା ସୂଚନାରେ ଲ୍ୟାମ୍ପସର ପାସ ୱାର୍ଡ ବ୍ୟବହାର କରି ମହେଶ୍ୱର ଧାନ କିଣିଛନ୍ତି ା ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଇମେଲ ମାଧ୍ୟମରେ ଜଣାଇଛି ବୋଲି କରିଛନ୍ତି ା ଅନ୍ୟ ପକ୍ଷେ ଲ୍ୟାମ୍ପସ ସଭାପତି ଅଖିଳ ଭତରା ଏଭଳି କର୍ମଚାରୀଙ୍କୁ ଲ୍ୟାମ୍ପ୍ସରୁ ବହିଷ୍କାର କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି।