ମଣ୍ଡିରୁ ଉଠୁନି ଧାନ

ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପରିବା କିମ୍ବା ଧଳା ସୁନା କୁହାଯାଉଥିବା କପାଚାଷ କରି କ୍ଷତି ସହୁଛି। ଚଳିତବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଖରିଫ ଧାନ ଅମଳ ଭଲ ହୋଇଥିଲା। ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ ସରକାରଙ୍କ ଟୋକନ୍‌ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରିଛି। ଚାଷୀ କମ୍‌ ଦରରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ରେକର୍ଡ ପରିମାଣର ଧାନ ଉତ୍ପାଦନ କରୁଥିବା ଏହି ଜିଲାର ସବୁ ମଣ୍ଡିରେ କଂକ୍ରିଟ୍‌ ପିଣ୍ଡି କିମ୍ବା ଗୋଦାମ ଘର ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇପାରିନି। ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ିରହିଛି। ସରକାରଙ୍କ ଧାନ କ୍ରୟ ଟାର୍ଗେଟ୍‌ ଥିଲେ ମଧ୍ୟ ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନ ଥିବା ଅଭିଯୋଗ ହେଉଛି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହୁଛନ୍ତି। ଏଭଳି ସ୍ଥିତିରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପାଗ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମଣ୍ଡିରେ ଥିବା ଧାନ ବସ୍ତା ଉପରେ ପଲିଥିନ୍‌ ଢଙ୍କା ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବର୍ଷା ପାଣି ପ୍ରବେଶ କରି ଧାନ ବସ୍ତା ଭିଜିଯାଇଛି। ଏ ସବୁ ମଣ୍ଡିରେ ଧାନ ଗଜା ହେଲାଣି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନ କ୍ରୟ ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଇସ୍ୟୁ କରିବା ଲାଗି ରାଜ୍ୟ ଯୋଗାଣ ନିଗମକୁ ଚିଠି ଲେଖିଛି। ହେଲେ ଚାଷୀଙ୍କୁ ଟୋକନ୍‌ ମିଳିବାର ନାଁଗନ୍ଧ ନାହିଁ। ଏଭଳି ସ୍ଥିତିରେ ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡ଼ିରହିଛି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭,୯୯୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ସରକାର ଏହି ଜିଲାରୁ ୩୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଦେଇଛନ୍ତି । ୯ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲାର ୪୩,୪୦୧ ଚାଷୀଙ୍କଠାରୁ ୩୧,୮୭,୨୮୨ କୁଇଣ୍ଟାଲ ଧାନ କିଣାଯାଇଛି। ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ, ବରଗଡ଼ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ ପ୍ୟାକ୍ସ ଓ ୧୪ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ତେବେ ଏଫ୍‌ଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪ କେଜି ଧାନ କାଟି ନେଉଛନ୍ତି। ଅନ୍ୟପକ୍ଷେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ୍‌ର ଶତାଧିକ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ୧୧୨୦ ଚାଷୀଙ୍କ ଟୋକନ୍‌ ଥାଇ ମଧ୍ୟ ଧାନ ବିକ୍ରି କରି ପାରୁ ନ ଥିବା ବେଳେ ୯୦୨ ଚାଷୀଙ୍କୁ ଏଯାଏ ଟୋକନ୍‌ ମିଳିନାହିଁ। କେତେକ ଚାଷୀଙ୍କର ଟୋକନ୍‌ କ୍ୟାନ୍‌ସେଲ ହୋଇଯାଇଛି। ନିକଟରେ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁ ଧାନ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ସରକାର ଅବିଳମ୍ବେ ଟୋକନ୍‌ ଇସ୍ୟୁ କରିବା ସହ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri