ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ଓ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା କବି ଭାଗିରଥି ମିଶ୍ର, ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଡ. ମଞ୍ଜୁବାଳା ପଣ୍ଡା, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଳ ପାଣିଗ୍ରାହୀ ଯୋଗ ଦେଇଥିଲେ ା ପ୍ରେରଣା ସମ୍ପାଦକ ରଘୁନନ୍ଦନ ସିଂ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥି ଛୁରିଆ ତାଙ୍କ ବକ୍ତବ୍ୟରେ ମଣିଷ ବୁଦ୍ଧି, ଜ୍ଞାନ, ବିବେକ ଓ ଆବେଗ ଜରିଆରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିଛି ଓ ଏହାହିଁ ପ୍ରକାରାନ୍ତରେ ପିଢ଼ି ପିଢ଼ି ଧରି ବାଟ କଢ଼ାଉଛି ବୋଲି କହିଥିଲେ ା ଯେଉଁମାନେ ଆବେଗକୁ ପ୍ରକାଶ କରିପାରନ୍ତି ସେମାନେ କବି, ଲେଖକ ତଥା ସାହିତି୍ୟକ ପଦବାଚ୍ୟ ହୁଅନ୍ତି ବୋଲି ମୁଖ୍ୟବକ୍ତା ମିଶ୍ର କହିଥିଲେ ା ସମ୍ମାନିତ ଅତିଥି ଡ. ପଣ୍ଡା ଆବେଗ ସମସ୍ତ ଭିତରେ ଥାଏ, ଯେଉଁମାନେ ତାକୁ ଭାବ ଓ ଭାଷାରେ ପ୍ରକାଶ କରନ୍ତି ସେମାନେ ହିଁ କବି, ଲେଖକ ତଥା ସାହିତି୍ୟକ ବୋଲି କହିଥିଲେ ା ଏହି ଅବସରରେ କପିଳେଶ୍ୱର ଖମାରୀଙ୍କ ପୁସ୍ତକ ଚନ୍ଦ୍ରମା ମୋର ଓ ନିରୁପମା ଉଦ୍‌ଗାତାଙ୍କ ପ୍ରୀତି ବଲ୍ଲରୀ-୧ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ସଭା ପରେ କବି ନବକିଶୋର ବେହେରା, କବୟିତ୍ରୀ ଲିଲି ପଟେଲ ଓ ସବିତା ମହରାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ନଳିନୀ ଶତପଥି, ଗୋପୀକୃଷ୍ଣ ପାଣ୍ଡିଆ, ମାଳତୀ ଉଦ୍‌ଗାତା, ରତ୍ନମୟ ତ୍ରିପାଠୀ, ବଳିଷ୍ଠ ପ୍ରଧାନ, ଗୀତାଞ୍ଜଳି ରଥ, ହୃଷୀକେଶ ପୁରୋହିତ, ନେପାଳ ଚନ୍ଦ୍ର ବାଗ, ଇନ୍ଦିରା ପ୍ରିୟଦର୍ଶିନୀ ତ୍ରିପାଠୀ, ନିଲେଶ କୁମାର ଭୋଇ, ବିନୟୀ ଶ୍ରୀନାଥ, ଅଶୋକ ସେଠୀ, ମଧୁସୂଦନ ନାୟକ, ଗଣେଶ ବାରିକ, ସବିତା ମହରା, କସ୍ତୁରୀ ରଥ, ନବ ବେହେରା, ଲିଲି ପଟେଲ, ଶୁଭ୍ରାଂଶୁ ଶେଖର ପଣ୍ଡା, ପୁସ୍ତମ ଜୁଆଡି, କବିତା ମିଶ୍ର, ଅଶୋକ ମିଶ୍ର, ସୀତାକାନ୍ତ ଜୁମୁନିଆ ସ୍ବରଚିତ କବିତା ପାଠ କରିଥିଲେ ା