ମଞ୍ଚେଶ୍ୱର ଆକ୍ରାନ୍ତ ବିରିୟାନୀ ଡେଲିଭରି ବୟ; ବୁଲିଥିବା ଚକେଇସିଆଣୀ ମାର୍କେଟ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର, ୯।୫ (ବ୍ୟୁରୋ): ଭୁବନେଶ୍ୱରରୁ ୩ କରୋନା ପଜିଟିଭ ଗତ ଗୁରୁବାର ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଜଣେ ଡେଲିଭରି ବୟ ବୋଲି ଜଣାପଡିଛି। ସେ ରାଜଧାନୀର ବିିଭିନ୍ନ ଅଞ୍ଚଳ ବୁଲି ବିରିୟାନୀ ଡେଲିଭରି ଦେଉଥିଲେ। ସେ ମଞ୍ଚେଶ୍ୱରରେ ରହୁଥିବା ବେଳେ ପଟିଆ ଅଞ୍ଚଳରେ ଥିବା ଏକ ଫାଷ୍ଟଫୁଡ୍‌ ସଂସ୍ଥାରେ କାମ କରୁଥିଲେ। ଗତ ୫ ତାରିଖରେ ସେ ମଞ୍ଚେଶ୍ୱରସ୍ଥିତ ବିଭିନ୍ନ ଦୋକାନକୁ ଯାଇଥିଲେ। ତେବେ ସେ ଯାଇଥିବା ଦୋକାନଗୁଡ଼ିକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଶନିବାର ସୂଚନା ଦେଇଛନ୍ତି। ଉକ୍ତ ଦୋକାନ ମଧ୍ୟରେ ରାଜେଶ ମେଡିସିନ ଷ୍ଟୋର, ଜିମି ଚିକେନ ସେଣ୍ଟର, ମକରା ଗ୍ରୋସରୀ ଦୋକାନ, ମହାବୀର ଫ୍ୟାନ୍ସି ସପ୍‌ , ରବି ଛେନା ଦୋକାନ ସମେତ କେତେକ ପରିବା, ଫଳ ଦୋକାନ ଆଦିକୁ ୨୧ ତାରିଖ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏଥିସହିତ ସେ ଯେଉଁମାନଙ୍କ ଘରକୁ ଯାଇଥିଲେ, ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଏ ନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା କମିଶନର ଚୌଧୁରୀ କହିଛନ୍ତି।
ଆକ୍ରାନ୍ତ ଜଣଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବରିୟାନୀ ଡେଲିଭରି ଦେଇଛନ୍ତି। ଏପରିକି ସୂର୍ଯ୍ୟନଗର ଅଞ୍ଚଳରେ ମଧ୍ୟ ସେ ଖାଦ୍ୟ ଡେଲିଭରୀ ଦେଇଛନ୍ତି। ତାଙ୍କୁ ଥଣ୍ଡା-କାଶ ହେବାରୁ ଘର ମାଲିକ ତାଙ୍କର ସ୍ବାବ ଟେଷ୍ଟ କରିବାକୁ କହିଥିଲେ। ଟେଷ୍ଟପରେ ତାଙ୍କର ପିଜିଟିଭ ଆସିଛି। ଏହା ଜଣାପଡିବା ପରେ ଖାଦ୍ୟ ପାର୍ସଲ ମଗାଉଥିବା ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି।