ମଝିଗଡ଼ିଆରୁ ହରିଣ ଉଦ୍ଧାର

କପ୍ତିପଦା,୨୦।୫(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ମଝିଗଡ଼ିଆ ଗ୍ରାମରେ ମଙ୍ଗଳବାର ଏକ ହରିଣକୁ ଉଦ୍ଧାର କରାଯାଇଛି ା ଉଦ୍ଧାର ହରିଣଟିକୁ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଜାମୁଦଲକି ଜଙ୍ଗଲରେ ଛାଡ଼ି ଦିଆଯାଇଛି। ହରିଣଟି ଶିମିଳିପାଳରୁ ବାଟବଣା ହୋଇ ଗ୍ରାମ ଭିତରକୁ ପଶି ଆସିଥିଲା। ଖବରପାଇ କପ୍ତିପଦା ରେଞ୍ଜର ମହେଶ୍ୱର ସିଂ, ବନରକ୍ଷୀ ଅଞ୍ଜନ କୁମାର ଲେଙ୍କା, ସବୁଜବାହିନୀ କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲେ।