ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଏପରି ସୂଚନା ବୈଜ୍ଞାନିକମାନଙ୍କ ମଙ୍ଗଳରେ ଜନବସତି ସ୍ଥାପନ ସମ୍ପର୍କିତ ଗବେଷଣାକୁ ଆଉ ଗୋଟିଏ ପାଦ ଆଗକୁ ନେଇଛି।
ମଙ୍ଗଳରେ ଜୀବନ ସମ୍ଭବ କି ? ଏପରି ପ୍ରଶ୍ନକୁ ନେଇ ଏବେ ସାରା ବିଶ୍ୱବାସୀଙ୍କ ମଧ୍ୟରେ ଲାଗି ରହିଛି ଉତ୍କଣ୍ଠା। ଏପରି ସ୍ଥିତିରେ ନାସା ପକ୍ଷରୁ ୨୦୧୧ ନଭେମ୍ବର ୨୬ରୁ ଆରମ୍ଭ ହୋଇଥିବା ମଙ୍ଗଳ ମିଶନ ଏକ ବଡ଼ ସଫଳତା। ବର୍ଷର ପ୍ରାରମ୍ଭରେ ନାସା ପକ୍ଷରୁ କୁହାଯାଇଥିଲା, ମଙ୍ଗଳର ବାତାବରଣର ଉପରସ୍ତରରେ ମିଥେନ ରହିଛି। ଜୀବନର ସଞ୍ଚାର ପାଇଁ ମିଥେନକୁ ଏକ ପ୍ରମୁଖ ଉପାଦାନ ଭାବେ ଗଣନା କରାଯାଏ। ଏବେ ମଙ୍ଗଳ ପୃଷ୍ଠରେ ଅମ୍ଳଜାନ ମିଳିବା ସୂକ୍ଷ୍ମ ଜୀବଙ୍କ ଉପସ୍ଥିତିକୁ ଅଣଦେଖା କରାଯାଇ ନ ପାରେ। ଏ ସମ୍ପର୍କରେ କ୍ୟୁରିଓସିଟି ଏବେ ଅଧିକ ଗବେଷଣା ଆରମ୍ଭ କରିଛି।
ସୂଚନାଯୋଗ୍ୟ, କ୍ୟୁରିଓସିଟିର କେମେଷ୍ଟ୍ରୀ ଲାବ୍‌ ଗେଲ କ୍ରେଟରରେ ଥିବା ଗ୍ୟାସ୍‌କୁ ପରୀକ୍ଷା କରିଥିଲା। ସେଠାରେ ୯୫% କାର୍ବନ ଡାଇଅକ୍ସାଇଡ, ୨.୬% ନାଇଟ୍ରୋଜେନ, ୧.୯ % ଅର୍ଗନ, ୦.୧୬% ଅକ୍ସିଜେନ, ୦.୦୬% କାର୍ବନ ମନୋକ୍ସାଇଡ ଥିବା ଜଣାପଡ଼ିଛି। ଏହି ଗ୍ୟାସ୍‌ର ଅନୁପାତ ସମୟକ୍ରମେ ବଦଳୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ଥିବା ଅମ୍ଳଜାନ ସବୁଠାରୁ ଅଧିକ ପରିମାଣରେ ବଦଳୁଛି। ବସନ୍ତ ଏବଂ ଗ୍ରୀଷ୍ମ ସମୟରେ ଏହା ୩୦% ଯାଏ ବୃଦ୍ଧି ପାଉଛି। ଶୀତ ସମୟରେ ଏହା ପୁଣି ହ୍ରାସ ପାଉଛି। ଏପରି ପରିବର୍ତ୍ତନ ପାଇଁ କେତେକ ଭୂବୈଜ୍ଞାନିକ ପ୍ରକ୍ରିୟା ଦାୟୀ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଉପରୁ ଶୀଘ୍ର ପରଦା ହଟିବ ଏବଂ ଏଥିଲାଗି ପ୍ରୟାସ ଜାରି ରହିଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri