Categories: ଜାତୀୟ

ମଙ୍ଗଳବାର କଶ୍ମୀର ଗସ୍ତରେ ଆସିବେ ୨୮ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ: ମୋଦି-ଡୋଭାଲ୍‌ଙ୍କୁ କଲେ ସାକ୍ଷାତ୍‌

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ ୨୮ ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ ଆସିବେ। ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ସୋମବାର ସାକ୍ଷାତ୍‌ କରିଛନ୍ତିି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ପ୍ରଥମ ଥର ପାଇଁ ଏହି ବିଦେଶୀ ପ୍ରତିନିଧି ଦଳ ଜମ୍ମୁ-କଶ୍ମୀର ଗସ୍ତରେ ଆସୁଛନ୍ତି।

Share