ମଙ୍ଗଳବାରରୁ ମାଟ୍ରିକ ଖାତା ମୂଲ୍ୟାୟନ: ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ମଙ୍ଗଳବାରଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୁଲ୍ୟାୟନ ହେବ। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍‌ ପରୀକ୍ଷକ ଖାତା ଦେଖିବେ। ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା।
ସେ କହିଛନ୍ତି ଯେ, ଖାତା ଦେଖା କେନ୍ଦ୍ରରେ ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର୍‌ ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୧୯ରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା। କିନ୍ତୁ କରୋନା ଲକ୍‌ଡାଉନ୍‌ ହେବାରୁ ଖାତା ଦେଖା ସ୍ଥଗିତ ରହିଥିଲା।