ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ଏକ ସ୍ବତନ୍ତ୍ର ମହତ୍ୱ ରହିଛି। ଚଳିତ ବର୍ଷ ଜାନୁୟାରୀ ୧୫ରେ ଏହାକୁ ପାଳନ କରାଯାଉଛି। ଏହି ଦିନ ଗୁଡରେ ତିଆରି ହୋଇଥିବା ଭିନ୍ନ ଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବ ଫସଲ ବୁଣିବା ଓ ଅମଳ ସହ ଜଡିତ ଥିବା ବେଳେ ରାଶିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ଘରେ ଘରେ ଗୁଡ଼ରେ ତିଆରି ହୋଇଥିବା ରାଶି ଲଡୁକୁ ବେଶୀ ପସନ୍ଦ କରାଯାଇଥାଏ।  ଏହାକୁ ତିଆରି କରିବା ପାଇଁ ଆସନ୍ତୁ ଜାଣିବା ଏହାର ବିଧି।
ରାଶି ଲଡୁ ତିଆରି କରିବା ପାଇଁ ସାମଗ୍ରୀ: ୨କପ୍‌ ରାଶି, ୩/୪ କପ୍‌ ଗୁଡ, ଅଧା କପ୍‌ କଟା ଓ ଭଜା ହୋଇଥିବା ବାଦାମ, ଗୋଟେ ବଡ ଚାମଚ ଦେଶୀ ଘିଅ, ଗୋଟେ ଛୋଟ ଚାମଚ ଇଲାଇଚି ପାଉଡର୍‌।
ରାଶି ଲଡୁର ବିଧି: ପ୍ରଥମେ ଏକ କଡେଇକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ ରାଶି ପକାଇ ୩ରୁ୪ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ହାଲୁକା ମାଟିଆ ଦେଖାଯିବା ପରେ ରାଶିକୁ ଏକ ପ୍ଲେଟ୍‌ରେ ରଖିଦିଅନ୍ତୁ। ଏବେ ସେହି କଡେଇରେ ଏକ ଚାମଚ ଘିଅ ପକାଇ ଗୁଡକୁ ଟିକି ଟିକି କରି ଭାଙ୍ଗି ସେଥିରେ ପକାନ୍ତୁ ଏବଂ ଏହାକୁ ମଧ୍ୟମ ଆଞ୍ଚରେ ବସାଇ ଦିଅନ୍ତୁ। ଗୁଡ ତରଳିଯିବା ପରେ ସେଥିରେ କଟା ବାଦାମ ଓ ଇଲାଇଚି ପାଉଡରକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଭାଜିହୋଇଥିବା ରାଶିକୁ ସେଥିରେ ପକାଇ ଭଲଭାବେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ରାଶି ଲଡୁର ମିଶ୍ରଣ। ଏହାକୁ ଏକ ପ୍ଲେଟ୍‌ରେ ରଖିଦିଅନ୍ତୁ। ଗରମ ଥିବା ଅବସ୍ଥାରେ ରାଶିକୁ ହାତରେ ଗୋଲ ଗୋଲ କରି ଲଡୁର ଆକାର ଦିଅନ୍ତୁ। ଆଉ ମନେରଖନ୍ତୁ ଏହି ମିଶ୍ରଣ ଥଣ୍ଡା ହୋଇଗଲେ ଭଲଭାବେ ଲଡୁ ତିଆରି ହୋଇପାରିବ ନାହିଁ। ତେଣୁ ଗରମରେ ହିଁ ଲଡୁ ତିଆରି କରନ୍ତୁ। ଏହାପରେ ଆଉ ଏହି ଲଡୁକୁ ୧ଘଣ୍ଟା ପର୍ଯ୍ୟନ୍ତ ଖୋଲା ପବନରେ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ଏୟାର ଟାଇଟ କଣ୍ଟେନର ଡବାରେ ରଖିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri