ଭୟ କାହାକୁ

ବିଭିନ୍ନ ଜାତୀୟ ଗଣମାଧ୍ୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୯ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ ଜରିଆରେ ସୋମବାର, ୨୭ ଏପ୍ରିଲ୍‌ରେ ଆଲୋଚନା ହୋଇଥିଲା। ଏଥିରୁ ଶୁଣିବାକୁ ମିଳିଛି ଯେ କେତେଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ରୁ ଆହୁରି ଏକ ମାସ ବୃଦ୍ଧି ଲାଗି ପ୍ରସ୍ତାବ ଦେଇଛନ୍ତି। ପ୍ରଶ୍ନ ଉଠୁଛି, ଦେଶବ୍ୟାପୀ ତାଲାବନ୍ଦ କରି ରଖିଲେ କରୋନା ଭାଇରସର କୋପ ବାସ୍ତବରେ ହ୍ରାସ ହେଉଛି କି ନାହିଁ। ନିଃସନ୍ଦେହରେ କହିହେବ ଯେ କରୋନା ଏକ ଭୟାବହ ରୋଗ। କିନ୍ତୁ ଏହି ଭୂତାଣୁ ସଂକ୍ରମଣ ହେଲେ ମୃତ୍ୟୁ ପ୍ରତିଶତ ସେଭଳି ଭୟାବହ ହେଉଥିବାର ଭାରତରେ ମନେ ହେଉନାହିଁ। ପାଶ୍ଚାତ୍ୟ ଦେଶ ଯଥା- ଇଟାଲୀ, ସ୍ପେନ୍‌ ଏବଂ ଆମେରିକାରେ ଯେଉଁଭଳି ଭାବେ ଏହାର ଦୌରାତ୍ମ୍ୟ ପରିଲକ୍ଷିତ ହୋଇଛି, ସେଭଳି ସ୍ଥିତି ଭାରତରେ ଦେଖିବାକୁ ମିଳିନାହିଁ। ଯଦି ମେ’ ୩ ପରେ ପୁନର୍ବାର ଏକ ମାସ ପାଇଁ ଲକ୍‌ଡାଉନ୍‌ ସମେତ ରେଳ ଚଳାଚଳ ବନ୍ଦ କରାଯାଏ, ତେବେ ସନ୍ଦେହ କରାଯାଇପାରେ ଯେ କ୍ଷମତାସୀନ ବ୍ୟକ୍ତିମାନେ ଏକ ଭିନ୍ନ ଟୁର୍ନାମେଣ୍ଟରେ ଖେଳୁଛନ୍ତି। ସମ୍ଭବତଃ ସାଧାରଣ ନାଗରିକ ସେହି ଖେଳ ସମ୍ପର୍କରେ କୌଣସି ତଥ୍ୟ ପାଇପାରୁ ନାହିଁ।

ଜାତୀୟ ସ୍ତରରେ ପ୍ରଶାସନର ଗତିବିଧିକୁ ଦେଖିଲେ ମନେହେଉଛି ଯେପରି ସମସ୍ତେ ମଣିଷଖିଆ ବାଘ ପାଲଟି ଗଲେଣି। ଜଙ୍ଗଲରେ ରହୁଥିବା ବାଘକୁ ଅନେକ ଦୌଡ଼, ଛକାପଞ୍ଝା ଓ କଷ୍ଟ କରି ଖାଦ୍ୟ ଶିକାର କରିବାକୁ ପଡ଼ିଥାଏ। ଥରେ ମଣିଷ ରକ୍ତ ଚାଖିବା ପରେ ବିନା ଦୌଡ଼, ବିନା କଷ୍ଟରେ ଯେଉଁପରି ବାଘ ତା’ର ଭୋକ ମେଣ୍ଟାଇ ପାରିଥାଏ, ସେହିଭଳି ଆଜି ଭାରତର ପରିସ୍ଥିତି ହୋଇଥିବାର ମନେହେଉଛି। କୋଭିଡ୍‌-୧୯ ପ୍ରତି ସତର୍କତା ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି କେହି ଦ୍ୱିମତ ହୋଇପାରିବେ ନାହିଁ। ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଏକ ଭାରତୀୟ ଚରିତ୍ର ବିରୋଧୀ ଲକ୍ଷଣ। ଆମେ ସମସ୍ତେ ଯୁଆଡ଼େ ପାରୁ ସିଆଡ଼େ ଛେପ ଖଙ୍କାର ପକାଇବା ସହିତ ଭିଡ଼ରେ ପଶିବାକୁ ପସନ୍ଦ କରିଥାଉ। ସେହି ଚରିତ୍ରର ଦ୍ୱାହି ଦେଇ ଏବେ ଆମେ ସାଧାରଣ ନାଗରିକ ହିଁ ଶିକାର ହୋଇଯାଇଛୁ। ଉଦାହରଣ ସ୍ବରୂପ, ଏବେ ଉତ୍ତରପ୍ରଦେଶର ଆଗ୍ରା ଅଞ୍ଚଳରେ ଥିବା କେତେକ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ସାଧାରଣ ନିୟମାବଳୀ ଅନୁସରଣ କରାଯାଉ ନ ଥିବାର ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ଅନ୍ତେବାସୀମାନେ ଖାଇବା ଓ ପିଇବା ପାଇଁ ଜାଲି ବାହାରେ ରଖାଯାଇଥିବା ପୁଡ଼ିଆ ଓ ପାଣି ବୋତଲକୁ ଭିଡ଼ାଭିଡ଼ି ହୋଇ ନେଉଥିବା ଲକ୍ଷ୍ୟ କରାଯାଉଛି। ଉକ୍ତ କେନ୍ଦ୍ର ବାହାରେ ବିସ୍କୁଟ ଓ ପାଣି ଦେଉଥିବା ବ୍ୟକ୍ତି ସେମାନଙ୍କ ନିକଟକୁ ଏସବୁ ଫିଙ୍ଗିବା ଅତି ଅମାନବୀୟ ଢଙ୍ଗରେ ହେଉଥିବା ଦେଖିବାକୁ ମିଳିଛି। ଅନ୍ତେବାସୀମାନେ ସାମାଜିକ ଦୂରତା ନିୟମକୁ ଉପେକ୍ଷା କରି ଯେଭଳି ଧସ୍ତାଧସ୍ତି ହୋଇ ଜିନିଷ ନେବାକୁ ଚେଷ୍ଟା କରୁଛନ୍ତି, ସେଥିରୁ ସେମାନଙ୍କର ଭୋକ ଶୋଷର ପରିମାଣ କେତେ ତୀବ୍ର ତାହା ଜାଣି ହେଉଛି। ଏଠାରେ ସାମାଜିକ ଦୂରତା ବଜାୟ ରଖିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ। ସେହିଭଳି ପ୍ରତ୍ୟେକ ରାଜ୍ୟର ପ୍ରବେଶ ପଥରେ ଅଟକି ରହିଥିବା ଅନେକ ଲକ୍ଷ ଲୋକ ସମଦଶା ଭୋଗୁଛନ୍ତି। ଭୟ ସୃଷ୍ଟି କରାଯାଉଛି ଯେ, ଏହି ସ୍ଥାନାନ୍ତରିତ ଶ୍ରମିକମାନେ ଯଦି ନିଜ ଗାଁକୁ ଫେରି ଯାଆନ୍ତି, ତେବେ କରୋନା ଭୂତାଣୁ ତୃତୀୟ ତଥା ଗୋଷ୍ଠୀ ସଂକ୍ରମଣ ସ୍ତରକୁ ତତ୍‌କ୍ଷଣାତ୍‌ ଚାଲିଯିବ। ପ୍ରଥମେ ଚେଷ୍ଟା କରାଯାଇଥିଲା ନିଜାମୁଦ୍ଦିନ ମରକଜ ବିଷୟରେ ଡିଣ୍ଡିମ ପିଟି ମୁସଲମାନ ସମ୍ପ୍ରଦାୟ ବିରୋଧରେ ମନୋଭାବ ସୃଷ୍ଟି କରିବାର। କିନ୍ତୁ ସେହି ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ମାତ୍ର କେଇଟା ହଜାର ଲୋକ ଥିବାରୁ ସେହି ମୁସଲମାନଙ୍କ ଦ୍ୱାରା ସମଗ୍ର ଦେଶରେ କରୋନା ବ୍ୟାପିଛି ବୋଲି ବିଶ୍ୱାସଯୋଗ୍ୟ ହୋଇପାରିଲା ନାହିଁ। ସେହି ସାମ୍ପ୍ରଦାୟିକ ଚିନ୍ତାଧାରା ସୃଷ୍ଟି କରିବାରେ ବିଫଳତା ପରେ ଏବେ ଗରିବ ଖଟିଖିଆଙ୍କ ବିରୋଧରେ ଟାଣିଓଟାରି ଦୋଷାରୋପ କରାଯାଉଛି। ଗଣମାଧ୍ୟମରୁ ଜଣାପଡ଼ିଛି ଯେ ଏକ ନିର୍ଦ୍ଦିଷ୍ଟ ଦଳର କେତେକ ସାଂସଦ ସରକାରଙ୍କୁ ଅର୍ଥନୀତି ସୁଦୃଢ଼ କରିବା ଲାଗି ଏକ ପ୍ରସ୍ତାବ ଦେଇଥିଲେ। ଉକ୍ତ ସାଂସଦଙ୍କ ଦ୍ୱାରା କରାଯାଇଥିବା ସୁପାରିସ ଭୟଙ୍କର ଥିବା ଶୁଣିବାକୁ ମିଳୁଛି। ସେଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, କର୍ମକ୍ଷେତ୍ର ଛାଡ଼ି ସହରରୁ ଗ୍ରାମାଭିମୁଖୀ ହୋଇଥିବା ଶ୍ରମିକମାନଙ୍କୁ ସେମାନଙ୍କ ଘରେ ପହଞ୍ଚିବାକୁ ଦିଆ ନ ଯାଉ। କୁହାଯାଇଛି ଯେ ସେମାନେ ଥରେ ନିଜ ଗାଁରେ ପହଞ୍ଚିଗଲେ ଏବଂ ଯେଉଁଭଳି ହଇରାଣ ହରକତ ଲକ୍‌ଡାଉନ୍‌ ସମୟରେ ହୋଇଛନ୍ତି, ତାହାକୁ ମନେରଖି ପୁନର୍ବାର ନିକଟ ଭବିଷ୍ୟତରେ କର୍ମସ୍ଥଳୀକୁ ଫେରିବା ଅସମ୍ଭବ। ଏଭଳି ମାନସିକତାରୁ ସ୍ପଷ୍ଟ ବୁଝାପଡୁଛି ଯେ ଆଜିର ଭାରତୀୟ ଶାସନ ବ୍ୟବସ୍ଥାରେ ସାଧାରଣ ନାଗରିକର କୌଣସି ସ୍ଥାନ ନାହିଁ। ଦେଶ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଚାଲୁଛି ବୋଲି କୁହାଯାଉଥିଲେ ମଧ୍ୟ ଧନୀ ଲୋକଙ୍କ ସ୍ବାର୍ଥ ପାଇଁ ସବୁକିଛି କରାଯାଉଛି। ସମ୍ଭବତଃ ସେଥିସକାଶେ ଦେଶରେ ରେଳ ଚଳାଚଳକୁ ଆହୁରି ଦୀର୍ଘଦିନ ବନ୍ଦ ରଖିବା ପାଇଁ ଏହି ସାଂସଦମାନେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଦର୍ଶାଯାଇଛି ଯେ ଅର୍ଥନୀତିକୁ ପୁନର୍ଜୀବିତ କରିବା ଲାଗି ଏହି ଶ୍ରମିକମାନେ ପୂର୍ବ କର୍ମକ୍ଷେତ୍ରକୁ ଫେରିବାର ନିତାନ୍ତ ଆବଶ୍ୟକତା ରହିଛି। ଶ୍ରମିକମାନେ ଗାଁକୁ ପଳାଇଗଲେ ଗୁରୁଗ୍ରାମ, ପୁଣେ, ବେଙ୍ଗାଲୁରୁ, ତିରୁପୁରୁ ଓ ସୁରଟ ଭଳି ସ୍ଥାନରେ ଥିବା କାରଖାନା ଓ ଶିଳ୍ପସଂସ୍ଥା ଅଚଳ ହୋଇଯିବ। ସେଥିପାଇଁ ଅମାନୁଷିକ ଚିନ୍ତାଧାରା ପୋଷଣ କରାଯାଇ କେନ୍ଦ୍ର ସରକାର ରେଳ ଚଳାଚଳ ରୋକିବା ସହ ବିଭିନ୍ନ ରାଜ୍ୟ ସରକାର ଶ୍ରମିକମାନଙ୍କୁ ନିଜ ଘରକୁ ଫେରିବାକୁ ଦେଉନାହାନ୍ତି। ଅନ୍ୟପଟେ ଏଭଳି କଠୋର ପଦକ୍ଷେପକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯାଇ କୁହାଯାଉଛି ଯେ, ଏହି ଲୋକମାନେ ନିଜ ଗ୍ରାମକୁ ଚାଲିଗଲେ ସେଠାରେ କୌଣସି କାମ ପାଇବେ ନାହିଁ ଏବଂ ଦାରିଦ୍ର୍ୟ ବୃଦ୍ଧି ପାଇବ। ଏଥିରୁ ବୁଝିବାକୁ ହେବ ଯେ ସେମାନଙ୍କ ଆବେଗିକ ଦିଗକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି।

ଏବେ ଅବଧି ବଢ଼ିଲେ ଭୟ କେବଳ କରୋନା ଭାଇରସରେ ସୀମିତ ରହିବ ନାହିଁ, ସରକାରଙ୍କ ଅବିଚାର ଅଧିକ ମାରାତ୍ମକ ହୋଇଯିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri