ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ ସମୟରେ ଏକ ଅଭିନବ ପ୍ରୟାସ କରିଛନ୍ତି ଖପୁରିଆ ଆଇଟିଆଇର ୪ ଅଧ୍ୟାପକ। ରାଜ୍ୟର ପ୍ରତି ଗାଁରେ କରୋନା ନମୁନା ସଂଗ୍ରହ ପାଇଁ ସେମାନେ ମିଳିତ ଭାବେ ଭ୍ରାମ୍ୟମାଣ ନମୁନା ପରୀକ୍ଷା ମେଶିନ ତିଆରି କରିଛନ୍ତି। ଏହା ଦ୍ୱାରା କମ୍‌ ସମୟରେ ଅଧିକ ନମୁନା ସଂଗ୍ରହ କରାଯାଇପାରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ସପ୍ତାହ ଲାଗିଥିବା ଆଇଟିଆଇ ଅଧ୍ୟକ୍ଷ ଡ. ହୃଷୀକେଶ ଜେନା କହିଛନ୍ତି। ଏହି ମେଶିନକୁ ଅଧ୍ୟାପକ ଭୂଦେବ ସାହୁ, ଧନଞ୍ଜୟ ବାଙ୍କିରାଓ, ରଞ୍ଜନ କୁମାର ଜେନା ଏବଂ ରଘୁନାଥ ରଥ ତିଆରି କରିଛନ୍ତି। ଏଥିରେ ଆଲୁମିନିୟମ ଓ କାଚ ବ୍ୟବହାର କରାଯାଇଛି। ଏକ କ୍ଷୁଦ୍ର କକ୍ଷରେ ଡାକ୍ତର ବସି ନମୁନା ସଂଗ୍ରହ କରିପାରିବେ। ଏହା ଭିତରେ ଏକ ଫ୍ୟାନ ଲାଗିଛି। ସହଜରେ ଏହା ଚଳପ୍ରଚଳ କରିବା ପାଇଁ ୪ଟି ଚକ ଲଗାଯାଇଛି। ଏହାର ସମ୍ମୁଖ ଭାଗ ଉନ୍ନତମାନର କାଚରେ ସିଲ୍ଡ କରାଯାଇଥିବାରୁ ରୋଗୀଙ୍କ ସହ ନମୁନା ନେଉଥିବା ପାଥୋଲୋଜିଷ୍ଟ ସିଧାସଳଖ ସଂସ୍ପର୍ଶରେ ଆସିବେ ନାହିଁ। ଦୁଇଟି ହାତ ଗ୍ଲୋଭ୍ସ ଏପରି ଲଗାଯାଇଛି ଯାହା ମଧ୍ୟରେ ହାତ ରଖି ନମୁନା ସଂଗ୍ରହ କରାଯାଇପାରିବ। ପରେ ଏହି ଗ୍ଲୋଭ୍ସଗୁଡିକୁ ବାହାରୁ ବିଶୁଦ୍ଧୀକରଣ କରାଯାଇପାରିବ। ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ସଫଳ ହେଲେ ରାଜ୍ୟର ବିଭିନ୍ନ ଗାଁ ଗହଳିରୁ ସହଜରେ ନମୁନା ସଂଗ୍ରହ କରାଯାଇପାରିବ ବୋଲି ଅଧ୍ୟକ୍ଷ ଡ. ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri