ଭୋରରୁ ଚମ୍ପଟ, ଅପରାହ୍ନରେ ଗିରଫ

କଟକ ଅଫିସ,୧୨ା୧: ଶନିବାର ଭୋର ସମୟରେ ଏସ୍‌ସିବି ମେଡିକାଲର ସେଣ୍ଟ୍ରାଲ ଆଇସିୟୁରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ଆଲୋକ ସାହୁ। କିନ୍ତୁ ମଙ୍ଗଳାବାଗ ପୋଲିସ ତାଙ୍କୁ ଅପରାହ୍ନରେ ଜଣେ ଓକିଲଙ୍କ ଘରୁ ଗିରଫ କରିଥିଲା। ୫ମହଲା ଉପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଆଇସିୟୁ ଭିତରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ଫେରାର କରାଇବା ପଛରେ ପୋଲିସର ହାତ ରହିଥିବା ନେଇ ଆଲୋଚନା ହେଉଛି। ଏପରି କି ପୋଲିସ ୫୦ଟଙ୍କା ଲାଞ୍ଚ ନେଇ ଫେରାର ହୋଇଯିବାକୁ କହିଥିବା ଅଭିଯୁକ୍ତ ଆଲୋକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି।

ସୂଚନା ଅନୁଯାୟୀ, ଆଲୋକଙ୍କ ଘର ପୁରୀ ଜିଲା କୋଣାର୍କ ଥାନା ଅଧୀନ ଧନିତ୍ରୀ ଅଞ୍ଚଳରେ। ଗତବର୍ଷ ଅକ୍ଟୋବର ୨୯ରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଅଞ୍ଚଳର ଏକ ମଦ ଦୋକାନରୁ ଚୋରି ହୋଇଥିଲା। ଏହି ଅଭିଯୋଗରେ ସ୍ପେଶାଲ ସ୍କ୍ବାଡ୍‌ ଗତ ୩ ତାରିଖ ରାତିରେ ଆଲୋକଙ୍କୁ ଗିରଫ କରି ଆଣି ରଘୁନାଥପୁର ଥାନାରେ ରଖିଥିଲା। ପୋଲିସ ହେପାଜତରେ ଥିବା ସମୟରେ ଆଲୋକ ଫିନାଇଲ ପିଇଦେଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ଗତ ୪ ତାରିଖରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଣ୍ଟ୍ରାଲ ଆଇସିୟୁରେ ସେ ଚିକିତ୍ସିତ ହେଉଥିବାବେଳେ ଚମ୍ପଟ ମାରିଥିଲେ। ଏହାପରେ ସେ ସହରର ପୁରୀଘାଟ ଥାନା ଅଞ୍ଚଳର ଜଣେ ଓକିଲଙ୍କ ଘରେ ଥିବା ମଙ୍ଗଳାବାଗ୍‌ ପୋଲିସ ଜାଣିବାକୁ ପାଇଥିଲା। ସେଠାରୁ ସାଦା ପୋଷାକଧାରୀ ପୋଲିସ ତାଙ୍କୁ କାବୁ କରି ଆଣୁଥିବା ବେଳେ ସମ୍ପୃକ୍ତ ଓକିଲ ବିରୋଧ କରି ମଙ୍ଗଳାବାଗ ଥାନାକୁ ଜଣାଇଥିଲେ। ଏହାପରେ ମଙ୍ଗଳାବାଗ ଓ ପୁରୀଘାଟ ଥାନା ପୋଲିସ ପହଞ୍ଚି ଆଲୋକଙ୍କୁ ଗିରଫ କରି ଆଣିଥିଲେ। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମଙ୍ଗଳାବାଗ ଥାନା ଆଇଆଇସି ଅଭିତାଭ ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ରଘୁନାଥପୁର ଥାନାରେ ତାଙ୍କୁ ନିର୍ଯାତନା ଦିଆଯିବାରୁ ସେ ଫିନାଇଲ ପିଇଦେଇଥିବା ଆଲୋକ ଅଭିଯୋଗ କରିଛନ୍ତି। ତାଙ୍କ ବାପା ବସନ୍ତଙ୍କ କହିବାନୁଯାୟୀ, ଗତ ଡିସେମ୍ବର ୧୨ରେ ଅଲୋକ ନିଜ ଟ୍ରାକ୍ଟର ନିମନ୍ତେ ଡିଜେଲ ଆଣିବା ପାଇଁ ଯାଇଥିଲେ। ମାତ୍ର ବାଟରେ ଏକ ବୋଲେରୋରେ କେତେଜଣ ବ୍ୟକ୍ତି ଆଲୋକଙ୍କୁ ଉଠାଇ ନେଇଥିଲେ। ଆଲୋକ ଘରକୁ ନ ଫେରିବାରୁ ଗତ ଡିସେମ୍ବର ୧୪ରେ ବସନ୍ତ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଜଗତ୍‌ସିଂହପୁର ଜିଲା ପୋଲିସ ଆଲୋକକୁ ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ଏହାପରେ ବସନ୍ତ ଜଗତ୍‌ସିଂହପୁର ଜିଲାର ଏ ଥାନାରୁ ସେ ଥାନା ଘୂରିବୁଲିଥିଲେ। ଜାନୁୟାରୀ ୧୦ରେ ରଘୁନାଥପୁର ପୋଲିସ ପକ୍ଷରୁ ବସନ୍ତଙ୍କ ନିକଟକୁ ଏକ ଫୋନ୍‌ କରି କୁହାଯାଇଥିଲା ଯେ, ଏକ ଚୋରି ମାମଲାରେ ପଚରା ଉଚରା କରୁଥିବାବେଳେ ଆଲୋକ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମାତ୍ର ଶନିବାର ସକାଳେ ବସନ୍ତ ମେଡିକାଲକୁ ଆସି ଦେଖିବାରୁ ତାଙ୍କ ପୁଅ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୧ମାସ ଧରି ଆଲୋକଙ୍କୁ ପୋଲିସ ନିର୍ଯାତନା ଦେଉଥିବା ବସନ୍ତ କହିଛନ୍ତି। ଅପରପକ୍ଷରେ ଆଲୋକଙ୍କୁ ନିର୍ଯାତନା ଅଭିଯୋଗକୁ ରଘୁନାଥପୁର ଥାନା ଆଇଆଇସି ବବିତା ଦଳେଇ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri