Categories: ଜାତୀୟ

ଭୋଟର ପରିଚୟପତ୍ରର ହେବ ଆଧାର ଲିଙ୍କ୍‌: ମୋଦି ସରକାରଙ୍କ ଯୋଜନା !

ନୂଆଦିଲ୍ଲୀ,୧୯।୨: ଖୁବ୍‌ ଶୀଘ୍ର ଭୋଟର ପରିଚୟ ପତ୍ରକୁ ଅଧାର ସହିତ ଲିଙ୍କ୍‌ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରୁଛନ୍ତି। ନିକଟରେ ଆଇନ ମନ୍ତ୍ରଣାଳୟ ସହିତ ନିର୍ବାଚନ ଆୟୋଗଙ୍କର ହୋଇଥିବା ବୈଠକରେ ଭୋଟର ହେବା ପାଇଁ ଆବଶ୍ୟକ ବୟସସୀମା, ପେଡ୍‌ ନ୍ୟୁଜ୍‌ ଏବଂ ମିଥ୍ୟା ସତ୍ୟପାଠକୁ ଅପରାଧ ଭାବେ ବିବେଚନା କରାଯିବା ଲାଗି ପ୍ରସ୍ତାବ ଦିଆଯାଇଛି। ମିଥ୍ୟା ସତ୍ୟପାଠ ଦେଇ ନିର୍ବାଚନରେ ବିଜୟୀ ହେଉଥିବା ପ୍ରାର୍ଥୀଙ୍କ ସଦସ୍ୟତା ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛନ୍ତି। ସେହିପରି ଏକାଧିକ ଭୋଟର ପରିଚୟ ପତ୍ର ବ୍ୟବହାର ଉପରେ ରୋକ ଲଗାଇବା ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଇନ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଛି। ସେଥିପାଇଁ ଭୋଟର ପରିଚୟପତ୍ରର ଆଧାର ଲିଙ୍କ୍‌ ଉପରେ ନିର୍ବାଚନ ଆୟୋଗ ଗୁରୁତ୍ୱାରୋପ କରିଛନ୍ତି।

Share