ଭୋକ ଉପାସରେ ୯ ଦିନ: ଧାରଣା ଦେଲେ ଆଦିବାସୀ ପରିବାର

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଝାଟିଆ ଗ୍ରାମର କେତେକ ଦିନମଜୁରିଆ ଆଦିବାସୀ ପରିବାର ୯ଦିନ ଭୋକ ଉପାସରେ ରହିବା ପରେ ଶୁକ୍ରବାର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଉକ୍ତ ପରିବାରକୁ ଖାଦ୍ୟ ଯୋଗାଇବାକୁ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ।
ଉକ୍ତ ଗ୍ରାମର ଶ୍ୟାମ ସିଂଙ୍କ ସମେତ ଅନ୍ୟ କେତେକ ପରିବାର ଦିନ ମଜୁରିଆ ଭାବେ କାର୍ଯ୍ୟ କରି ପେଟ ପୋଷନ୍ତି ା ସେମାନଙ୍କ ଦୟନୀୟ ଅବସ୍ଥାକୁ ଦୃଷ୍ଟି ଦିଆଯାଇ ଏପ୍ରିଲ ୩ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ଖାଦ୍ୟ ପ୍ରଦାନ କରାଯାଇଥିଲା। ତା ପରଦିନଠାରୁ ଖାଦ୍ୟ ବନ୍ଦ କରି ଦିଆଯିବା ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି।