ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ ପରିଚୟ ମିଳି ପାରି ନ ଥିବାବେଳେ ସେ ଜଣେ ମାନସିକ ରୋଗୀ ହୋଇଥିବେ ବୋଲି ଅନୁମାନ କରାଯାଉଛି। ସେ ଭୋକିଲା ଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ସ୍ଥାନୀୟ ଦେଶଭଟଲି ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ସାହୁଙ୍କୁ ପଚାରିବାରୁ ସମ୍ପୃକ୍ତ ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯିବ ଏବଂ ପରିଚୟ ମିଳିଲେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ।