ଭୋକିଲା ରୋଗୀ, ଗରିବଙ୍କୁ ଦେଲେ ଖାଦ୍ୟ

ବଲାଙ୍ଗୀର ଅଫିସ, ୨୮ା୩ – କରୋନା ସଂକ୍ରମଣକୁ ନେଇ ଗାଁ, ସହର ଲକ୍‌ ଡାଉନ୍‌ ଥିବାବେଳେ ସବୁଠୁ ଅସହାୟ ହୋଇପଡିଛନ୍ତି ମାନସିକ ରୋଗୀ, ବୁଲା ଭିକାରୀ ଓ ସାଧାରଣ ଗରିବ ଲୋକ| ଉପାର୍ଜନ ବନ୍ଦ ହୋଇଯିବା ଓ ଲୋକେ ଘରୁ ବାହାରୁ ନଥିବାରୁ ଏହି ଅସହାୟମାନେ ଏବେ ଖାଦ୍ୟ ମୁଠାଏ ପାଇଁ ଡହକବିକଳ ହେଉଛନ୍ତି| ଏଭଳି ସମୟରେ ମାନବିବତାର ବାର୍ତ୍ତା ନେଇ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ଏହି ପୀଡିତ ମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ା ରାସ୍ତାରେ ବୁଲୁଥିବା ମାନସିକ ରୋଗୀ, ଭିକାରୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରି ସେମାନେ ମାନବିକତାର ଶ୍ରେଷ୍ଠ ବାର୍ତ୍ତା ଦେଇଛନ୍ତି ା ଲକ୍‌ ଡାଉନ୍‌ ଘୋଷଣା ପର ଠାରୁ ଏହି ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରୁଛନ୍ତି ା ଏହି କାର୍ଯ୍ୟକ୍ରମରେ ସୋମନାଥ ମିଶ୍ର, ବିବେକ ପଟେଲ, ତାପସ ମହାନ୍ତି, ପ୍ରୀତମ ବରାଡ, ବାପିନା ମହାରଣା, ମୋହିତ ତ୍ରିପାଠୀ ସକ୍ରିୟ ସହଯୋଗ କରୁଛନ୍ତି ା ଗୁରୁବାର ମଳମଣ୍ଡା ନିକଟ କମାର ବସ୍ତିରେ ଥିବା ଗିରବ ଶ୍ରେଣୀର ଲୋକେ ବହୁ ଅସୁବିଧାରେ ଥିବା ଜାଣିବା ପରେ ଲହି ସ୍ବେଚ୍ଛାସେବୀ ଟିମ୍‌ ସେଠାରେ ପହଞ୍ଚତ୍ ୧୫ଟି ପରିବାର ପ୍ରାୟ ୬୦ ଜଣଙ୍କୁ ୩ ଦିନର ଖାଦ୍ୟ ସାମଗ୍ରୀ ଚାଉଳ, ଡାଲି, ପନିପରିବା, ଚୁଡା, ସାବୁନ୍‌ ବଣ୍ଟନ କରିଥିଲେ ା ଭୀମଭୋଇ ମେଡିକାଲ କଲେଜରେ ୪ ଜଣ ରୋଗୀଙ୍କ ରକ୍ତ ଆବଶ୍ୟକତା ସମ୍ପର୍କରେ ଜାଣିବା ପରେ ଏହି ଅନୁଷ୍ଠାନ ସଦସ୍ୟ ବିକ୍ରମ ପାତ୍ର, ପ୍ରତ୍ୟୁଷ ଯୋଷୀ, ଅଜିତ ମହାନନ୍ଦ ଓ ଦେବାଶିଷ ଦାସ ରକ୍ତଦାନ କରି ୪ଟି ବହୁମୂଲ୍ୟ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ା