ଭେଣ୍ଡିଂ ଜୋନ୍‌ରେ ଜଳିଗଲା ୮ ଦୋକାନ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟ ଭେଣ୍ଡିଂଜୋନ୍‌ରେ ବୁଧବାର ରାତି ପ୍ରାୟ ୯ଟାରେ ନିଆଁ ଲାଗି ୮ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିବାରୁ ସେଠାରେ ଥିବା ଅନ୍ୟ ୧୫ ଦୋକାନ ବର୍ତ୍ତି ଯାଇଥିବା ଡିସିପି ଅନୂପ ସାହୁ କହିଛନ୍ତି। ସୂଚନାନୁସାରେ, ରାଜ ମହଲରୁ ଏଜିକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ୱରେ ୧ ନଂ. ହାଟ ସହ ପେଟ୍ରୋଲ୍‌ ଟାଙ୍କି ଓ ବଡ଼ ଭେଣ୍ଡିଂ ଜୋନ୍‌ ରହିଛି। ଲକ୍‌ଡାଉନ ପାଇଁ ସମସ୍ତ ଦେକାନ ବନ୍ଦ ରହିଥିବାବେଳେ କୌଣସି କାରଣରୁ ପ୍ରଥମେ ଏକ ଫୁଲ ଦୋକାନଣୁ ନିଆଁ ବାହାରିଥିଲା। ଭିତରେ ଥିବା କାଠ ଶୋ’କେସ୍‌ ହୁତୁହତୁ ହୋଇ ଜଳିବା ସହ ବାହାରକୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ଏହା ପାଖରେ ଥିବା ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା କେତେଜଣ ଦୋକାନୀ ୧୦୧କୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। କଳ୍ପନା ଓ ସଚିବାଳୟ ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ କରିଥିଲେ।