ଭୂତ ବେଶରେ ସଚେତନତା

ପାଲଲହଡ଼ା, ୧୬ା୪(ଡି.ଏନ.ଏ.) ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। ଭୂତ ଭଳି ବେଶ ହୋଇ ସାଇକେଲରେ ବୁଲି କରୋନା କେତେ ଭୟଙ୍କର ତାହା ଲୋକଙ୍କୁ ବୁଝାଉଛନ୍ତି। ବିଶେଷକରି ଘରୁ ବାହାରକୁ ନ ବାହାରିବା, ବାରମ୍ବାର ହାତ ସାବୁନରେ ଧୋଇବା, ସନ୍ତୁଳିତ ଖାଦ୍ୟ ଖାଇବା, ଜରୁରୀ କାମ ଥିଲେ ମାସ୍କ ପିନ୍ଧି ଯିବା, ସାମାଜିକଦୂରତା ବଜାୟ ରଖିବା ଆଦି ସମ୍ପର୍କରେ ସେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ହାତରେ ସଚେତନତାର ଏକ ପ୍ଲାକାର୍ଡ ଧରି ପାଲଲହଡ଼ା ବଜାର ସହ ସାହିଗୁଡିକରେ ବୁଲି ଲକ୍‌ଡାଉନ୍‌ କଟକଣା ମାନିବାକୁ ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି। ଯୁବ ସ୍ବେଚ୍ଛାସେବୀ ଦିଲୀପଙ୍କ ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।