ଭୁଶୁଡିଲା ପୁରୁଣା ପୋଲ: ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

ଖୁଣ୍ଟା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ବଡଫେଣି ପଞ୍ଚାୟତ ଅଧୀନ ଛତ୍ରମା ଓ ବଡ଼ ସାତଶୋଲ ଗ୍ରାମ ମଧ୍ୟବର୍ତ୍ତୀ ଆରଡି ରାସ୍ତାର ଗଙ୍ଗାହାର ନଦୀ ଉପରେ ଥିବା ଏକ ପୁରୁଣା ପୋଲ ବୁଧବାର ପୂର୍ବାହ୍ନରେ ଭୁଶୁଡି ପଡିଛି। ଫଳରେ ପୋଲର ଅପର ପାଶ୍ୱର୍ର୍ରେ ଥିବା ୩ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ସାହାଡାଗ କେନାଲ ଛକଠାରୁ କୁସୁମଘାଟି ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ସଡକକୁ ବଡ଼ଫେଣି, ବଡ଼ପଥରା ଓ ବାହାନଡା ପଞ୍ଚାୟତ ବାସିନ୍ଦାଙ୍କ ପାଇଁ ଲାଇଫ ଲାଇନ ବୋଲି କୁହାଯାଏ। ମାତ୍ର ଏହି ରାସ୍ତାରେ ଥିବା ପୁରୁଣା ପୋଲଟି ଭୁଶୁଡି ପଡିିବା ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବୁଧବାର ଛତ୍ରମା ଅଙ୍ଗନଓ୍ବାଡି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଥିବାବେଳେ ଉକ୍ତ ପୋଲର ଅପର ପାର୍ଶ୍ୱରୁ ତାପସ କୁମାର ବେହେରା ନାମକ ଜଣେ ପୁରୁଷ ସ୍ବାସ୍ଥ୍ୟକର୍ମୀ ପୂର୍ବାହ୍ନ ୧୦ଟା ସମୟରେ ବାଇକ ଯୋଗେ ଏହି କାର୍ଯ୍ୟକ୍ରମକୁ ଯାଉଥିଲେ। ତେବେ ଉକ୍ତ ପୋଲଟି ପୂର୍ବରୁ ଭୁଶୁଡି ପଡ଼ିଥିଲେ ହେଁ ଅତ୍ୟଧିକ ବର୍ଷା ଓ ସେ ହେଲମେଟ ପିନ୍ଧିଥିବା ଯୋଗୁ ଜାଣି ନ ପାରି ନଦୀ ମଧ୍ୟକୁ ବାଇକ ସହିତ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦଉଡି ପକାଇ ବାଇକ ସହିତ ତାଙ୍କୁ ଉଦ୍ଧାର କରିଥିଲେ। ଏସମ୍ପର୍କରେ ବଡଫେଣି ପଞ୍ଚାୟତର ସରପଞ୍ଚ ଶ୍ରୀନିବାସ ନାଏକଙ୍କୁ ପଚାରିବାରୁ ଆରଡି ବିଭାଗ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ସେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜଣାଇଥିବା କହିଛନ୍ତି। ତେବେ ଲୋକଙ୍କ ଯାତାୟତ ପାଇଁ ବିଭାଗ ପକ୍ଷରୁ ଖୁବଶୀଘ୍ର ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିତ୍ବା ସରପଞ୍ଚ ନାଏକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ମୋରଡ଼ାରେ ଭାରତ ବନ୍ଦର ପ୍ରଭାବ

ମୋରଡ଼ା,୧୨ା୨(ସ୍ମାରକ ମାଜୀ): ଗୁରୁବାର ସିପିଆଇ(ଏମ୍‌)ର ଶ୍ରମିକ, କୃଷକ ଓ କ୍ଷେତ ମଜଦୁର ସଂଘ ତରଫରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି ଦିଆଯାଇଛି। ଫଳରେ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri