ଭୁଶୁଡିଲା ନିର୍ମାଣାଧୀନ କମ୍ୟୁନିଟି ହଲ୍‌

 

ଗଞ୍ଜାମ,୬ା୧୨(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ୱାର୍ଡ ନଂ.୬ ଓଡ଼ିଆ ଢ଼ାମଣା ସାହି ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ନିର୍ମିତ କମ୍ୟୁନିଟି ହଲ୍‌ ନିମ୍‌ଟାଲ୍‌ ଲେବଲ ତାଜା ଗୁରୁବାର ଭୂଶୁଡି ପଡିଛି। ନିମ୍ନମାନର କାମ ଯୋଗୁ ଏପରି ହୋଇଥିବା ୱାର୍ଡବାସୀ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ନିମ୍ନମାନର କାମ ହୋଇଥିବା ସ୍ବୀକାର କରିଥିଲେ। ଏଥିପାଇଁ କନିଷ୍ଠ ଯନ୍ତ୍ରୀ ଦାୟୀ ବୋଲି ଲୋକେ କହିଥିଲେ। ଏନେଇ ୱାର୍ଡବାସୀ ଗଞ୍ଜାମ ଜିଲାପାଳଙ୍କୁ ଅବଗତ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଲୋକନାଥ ପାଢ଼ୀଙ୍କୁ ପଚାରିବାରୁ ତାଜା ପଡ଼ିବାର କମ୍‌ ସମୟରେ ସେଣ୍ଟ୍ରି ବାହାର କରିଦେବାରୁ ଏହା ଭୁଶୁଡି ପଡିଲା ବୋଲି କହିଥିଲେ। ଏହି କମ୍ୟୁନିଟ ହଲ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା କନିଷ୍ଠ ଯନ୍ତ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।