ଭୁଶୁଡ଼ି ପଡ଼ିଲାଣି ପ୍ରାଥମିକ ଶିକ୍ଷା

ଭୁବନେଶ୍ୱର, ୪ା୮(ବ୍ୟୁରୋ): ୫ମ ଶ୍ରେଣୀ ପିଲାଙ୍କୁ ମିଶାଣ ଫେଡାଣ, ହରଣ ଗୁଣନ ଜଣାନାହିଁ। ସେମାନେ ଦ୍ୱିତୀୟ ଶ୍ରେଣୀ ପାଠ ବିଷୟରେ କହିପାରୁ ନାହାନ୍ତି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲାଣି। ଗୋଟିଏ ଜାତିର ମେରୁଦଣ୍ଡ ଭାଙ୍ଗିବାକୁ ହେଲେ ପ୍ରଥମେ ଶିକ୍ଷାକୁ ଧ୍ୱଂସ କରିବାକୁ ପଡିଥାଏ। ସ୍ବାଧୀନତା ପରେ ମଧ୍ୟ ଶିକ୍ଷା କ୍ଷେତ୍ରରେ କିଛି ପରିବର୍ତ୍ତନ ହୋଇପାରିଲା ନାହିଁ। ଶନିବାର ଓଡିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିଗହରା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ଭାଜପା ସଭ୍ୟ ମୋହନ ଚରଣ ମାଝି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଗତ ୨୦ ବର୍ଷ ଧରି ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷାକୁ ପଙ୍ଗୁ କରି ଦେଇଛନ୍ତି। ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ନିଜସ୍ବ ଗୃହ ନାହିଁ। ପଞ୍ଚମ ଶ୍ରେଣୀର ୩୩ ପ୍ରତିଶତ ପିଲା ୧୦ରୁ ୯୯ ଯାଏ ସଂଖ୍ୟା ଜାଣିନାହାନ୍ତି। ରାଜ୍ୟ ସରକାର ସ୍କୁଲରେ ପାରାଶିକ୍ଷକ, ଶିକ୍ଷା ସହାୟକ, ଗଣଶିକ୍ଷକ, ଚୁକ୍ତିଭିତ୍ତିକ ଶିକ୍ଷକ, ଏପରି କେତେ କ’ଣ ଶିକ୍ଷକ ନିଯୁକ୍ତ କରିଛନ୍ତି। ଏମାନଙ୍କର କାମ କ’ଣ। ପାଠ ପଢାଇବା ନା ଡ୍ରପ୍‌ଆଉଟ ରୋକିବା। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କହିଥିଲେ। ସର୍ବଶିକ୍ଷା ଅଭିଯାନ ଅର୍ଥକୁ ବାଟମାରଣା କରାଯାଉଛି। ଜିଲାପାଳଙ୍କ ଗାଡି ଓ ତେଲ ପକାରେ ସେହି ପଇସା ଚାଲିଯାଉଛି। ସରକାରୀ ସ୍କୁଲରେ ସଚିବାଳୟ କର୍ମଚାରୀ, ଆଇଏଏସ, ଆଇପିଏସ, ବିଧାୟକ, ମନ୍ତ୍ରୀ କାହାରି ପିଲା ପଢୁ ନାହାନ୍ତି। ଆମେ ଯଦି ଆମ ପିଲାଙ୍କୁ ପାଠ ପଢାଇବା ନାହିଁ ତେବେ ସ୍କୁଲ ଶିକ୍ଷାରେ ଉନ୍ନତି କେମିତି ଆସିବ ବୋଲି ସେ କହିଥିଲେ। ସ୍କୁଲ ପୋଷାକ କିଣା ଏବଂ ମଧ୍ୟାହ୍ନ ଭୋଜନରେ ବର୍ଷକୁ ୫୦ କୋଟି ଟଙ୍କାର ଦୁର୍ନୀତି ହେଉଛି। ଏହାର ତଦନ୍ତ କରାଯାଉ ବୋଲି ମାଝି ଦାବି କରିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନେଇ କଡା ସମାଲୋଚନା କରିଥିଲେ । ସେ କହିଥିଲେ ଯେ ପ୍ରାଥମିକ ଶିକ୍ଷା ଦିଗହରା ହୋଇଛି। ଗଣଶିକ୍ଷା ଏକ ବଡ ବିଭାଗ ହୋଇଥିବାରୁ ଅନ୍ୟ ରାଜ୍ୟରେ ଏଥିପାଇଁ ଦୁଇ ତିନୋଟି ମନ୍ତ୍ରୀ ଦାୟିତ୍ୱରେ ରହିଛନ୍ତି। ରାଜ୍ୟରେ ଡ୍ରପ୍‌ଆଉଟ ହାର କମୁ ନାହିଁ । ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି। ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଲାଣି ବୋଲି ସାଲୁଜା କହିଥିଲେ। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୁକେଶ ମହାଲିଙ୍ଗ, କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ମଧ୍ୟ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତକୁ ନେଇ ସରକାରଙ୍କୁ ସଣ୍ଡୁଆଶି ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିବ ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିବ ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri