ଭୁଶୁଡ଼ିଲା କାନ୍ଥ, ଭଙ୍ଗାଘରେ ପରିବାର

ଖଜୁରିପଡ଼ା,(ଡି.ଏନ.ଏ.)/
ବଲସକୁମ୍ପା,୨୧ା୩

ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତ ସୁନ୍ଦରଗଡ଼ ଗ୍ରାମର ଅନିରୁଦ୍ଧ ଦିଗାଲଙ୍କ ଘର ଗତ ୧୬ରେ ଘରର କାନ୍ଥ ଭୁଶୁଡ଼ି ପଡ଼ଛି। ଫଳରେ ତାଙ୍କ ପରିବାର ଏବେ ବାସହରା ହୋଇଛନ୍ତି। ସ୍ତ୍ରୀ ଯୁବତୀ ଦିଗାଲ ଓ ଝିଅ ଆରତୀଙ୍କ ସହ ଅନିରୁଦ୍ଧ ଏବେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି। କୌଣସି ସରକାରୀ କର୍ମଚାରୀ ଆମ ସ୍ଥିତି ଦେଖିବାକୁ ଆସିନାହାନ୍ତି ବୋଲି ସେ କହିଛନ୍ତି। ସରକାରୀ ଯୋଜନାରେ ଘର ଖଣ୍ଡେ ଅନିରୁଦ୍ଧ ବହୁ ଆଗରୁ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଜଣାଇଥିଲେ। ମାଟି କାନ୍ଥ କୌଣସି ସମୟରେ ଭାଙ୍ଗି ଯାଇପାରେବୋଲି ଜଣାଇଥିଲେ ମଧ୍ୟ କେହି ଶୁଣି ନାହାନ୍ତି । ତେଣୁ ଅଦିନିଆ ବର୍ଷା ପବନରେ କାନ୍ଥ ଭିଜିଯାଇ ଅଚାନକ ଭୁଶୁଡ଼ିପଡ଼ିଛି। ଏ ନେଇ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜଣାଇଥିଲେ। ହେଲେ କେହି ଆସିନାହାନ୍ତି ବୋଲି କୋହଭରା କଣ୍ଠରେ ଅନିରୁଦ୍ଧ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ଗରିବ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।