ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୯ : ବିପଦସଙ୍କୁଳ ଅବସ୍ଥାରେ ଥିବା ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରିଣୀ ପାଚେରି ରବିବାର ଭୁଶୁଡ଼ି ପଡ଼ିଛି। ଏହା ସହ ପୋଖରୀର ଏକ ପାର୍ଶ୍ୱ ପାଚେରି ଦବିଯାଇଛି। ଦୀର୍ଘଦିନ ଧରି ଏହାର ପାଚେରି ବିପଦସଙ୍କୁଳ ଅବସ୍ଥାରେ ରହିଥିବାବେଳେ ପ୍ରଶାସନର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମାର୍କଣ୍ଡ, ଶ୍ୱେତଗଙ୍ଗା, ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ ବୋଲି କୁହାଯାଏ। ଏଠାରେ ସ୍ନାନକଲେ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରର ବିକାଶ ପାଇଁ ସରକାର ଉଚ୍ଛେଦ କରୁଥିବାବେଳେ ଐତିହ୍ୟର ସଂରକ୍ଷଣ ସହ ଏହି ପୁଷ୍କରିଣୀର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।