ଭୁବନେଶ୍ୱର ଡୁମ୍‌ଡୁମା ସୁବାସ ନଗର ବସ୍ତିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ରାଜଧାନୀର ଡୁମଡୁମା ଅଞ୍ଚଳ ସୁବାସ ନଗର ବସ୍ତିକୁ ଶନିବାର କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସୁବାସ ନଗର ବସ୍ତିରୁ ଏକାଧିକ କରୋନା ପଜିଟିଭ୍‌ ବାହାରିଛି। ଏପରିକି ସେମାନଙ୍କର କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନାହିଁ। ଏହାକୁ ଦୃଷ୍ଟିରେ ରଖି ଡୁମ୍‌ଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩, ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ଓ ୨୫୮, ପ୍ଲଟ ନଂ ୨୬୨ଓ ୨୫୮ରୁ ହନୁମାନ ମନ୍ଦିର ଯାଏ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ବିଏମ୍‌ସି କମିଶନର ପ୍ରେମାନନ୍ଦ ଚୌଧୁରୀ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ କଣ୍ଟେନ୍‌ମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ। ଅଞ୍ଚଳରେ ଥିବା ସମସ୍ତ ଅଫିସ ବନ୍ଦ ରହିବ। ଏଣୁ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।