ଭୁବନେଶ୍ୱର ଏମ୍ସରେ ହିନ୍ଦୀ ଭାଷାର ଗୁରୁତ୍ୱକୁ ସବୁ ମହଲରେ ବିରୋଧ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବେ। ଏହି ମର୍ମରେ ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୌଣସି କାରଣ ନ ଥାଇ ହିନ୍ଦୀଭାଷାକୁ ଓଡ଼ିଶାରେ ଥିବା ଏମ୍ସ କର୍ମଚାରୀଙ୍କ ଉପରେ ଲଦି ଦିଆଯିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସଂସଦୀୟ ଦଳ ନେତା(ଲୋକ ସଭା) ପିନାକୀ ମିଶ୍ର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ବିରୋଧ କରି ଟୁଇଟ୍‌ କରିଛନ୍ତି। ଟୁଇଟ୍‌ ମାଧ୍ୟମରେ ପିନାକୀ ଉଲ୍ଲେଖ କରିଛନ୍ତି ଯେ, ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ତେଣୁ ଏହି ରାଜ୍ୟର ମାତୃଭାଷାକୁ ଅଣଦେଖା କରି ଅନ୍ୟ କୌଣସି ଭାଷା ଲଦିଦେବା ଠିକ୍‌ ନୁହେଁ, ବିଶେଷକରି ଓଡ଼ିଶାରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା କୌଣସି ଅନୁଷ୍ଠାନରେ ଏହା ଗ୍ରହଣୀୟ ନୁହେଁ। ରାଜ୍ୟର ଲୋକମାନେ ଓଡ଼ିଆ ଭାଷା ସହ ଅଭ୍ୟସ୍ତ। ତେଣୁ ଏମ୍ସରେ ଓଡ଼ିଆର ବ୍ୟବହାର ଦ୍ୱାରା ଲୋକମାନଙ୍କୁ ସେଠାରେ ଉପଲବ୍ଧ ସେବା ଓ ସୁବିଧା ମିଳିବା ସହଜ ହେବ ବୋଲି ପିନାକୀ କହିଛନ୍ତି। ସେହିଭଳି ଏମ୍ସ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତି ପ୍ରତିବାଦରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଅଭିଯୋଗ କରାଯିବ। ଏଥିସହିତ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପରିବର୍ତ୍ତନ ପାଇଁ କୁହାଯିବ ବୋଲି ସେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେହିଭଳି ପିସିସି ସଭାପତି ନିରଞ୍ଜନ ଟୁଇଟ୍‌ କରି କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଓଡ଼ିଆ ଭାଷା ଓ ରାଜ୍ୟର ସମୃଦ୍ଧ ସସ୍କୃତି ପ୍ରତି ଅପମାନ। ରାଜ୍ୟ ଉପରେ କୌଣସି ମତେ ହିନ୍ଦୀ ଲଦି ଦିଆଯିବାକୁ କଂଗ୍ରେସ ପକ୍ଷରୁ ବରଦାସ୍ତ କରାଯିବ ନାହିଁ। ମୋଦି ସରକାର ହିନ୍ଦୀ ଭାଷୀ ମାନସିକତାରୁ ମୁକ୍ତ ହେବା ଆବଶ୍ୟକ। ଏଥି ସହିତ ଓଡ଼ିଆ, ଯାହାକି ଏକ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଛି, ତାହାର ପ୍ରଚାର ପ୍ରସାର କରିବା ଉଚିତ ବୋଲି ନିରଞ୍ଜନ କହିଛନ୍ତି। ଉତ୍କଳ ସମ୍ମିଳନୀ ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। କୌଣସି ଭାଷାକୁ ବ୍ୟବହାର କରିବା ନେଇ କାହାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଏହି ମର୍ମରେ ଦାଶଶର୍ମା ଏମ୍ସ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏମ୍ସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ କର୍ମଚାରୀ ଦସ୍ତଖତ ସହ ସେମାନଙ୍କ ନାମ ଓ ରେଜିଷ୍ଟରରେ ହେଉଥିବା ସବୁ କାର୍ଯ୍ୟ ହିନ୍ଦୀରେ କରିବେ। ଚିଠିରେ ସର୍ବନିମ୍ନ ୩୦% ଏବଂ ଯୋଗାଯୋଗ ଲାଗି ଅନୂ୍ୟନ ୫୫% ହିନ୍ଦୀଭାଷା ବ୍ୟବହାର କରିବାକୁ କୁହାଯାଇଛି। ହିନ୍ଦୀଭାଷାରେ ଆସୁଥିବା ସମସ୍ତ ପତ୍ରର ଉତ୍ତର ସେହି ଭାଷାରେ ଦେବାକୁ ମଧ୍ୟ କୁହାଯାଇଛି। ପ୍ରଶାସନିକ ବୈଠକ ବେଳେ ହିନ୍ଦୀଭାଷା ବ୍ୟବହାର କରାଯିବା ସହ ଏହା ପରବର୍ତ୍ତୀ ବିବରଣୀ ଏହି ଭାଷାରେ ଉଲ୍ଲେଖ କରିବା ଲାଗି ନିର୍ଦ୍ଦେଶ ରହିଛି। ‘ଭୁବନେଶ୍ୱର ଏମ୍ସର ଅବାନ୍ତର ନିଷ୍ପତ୍ତି’ ଶୀର୍ଷକ ଏକ ଖବର ‘ଧରିତ୍ରୀ’ ପ୍ରଥମ ପୃଷ୍ଠାରେ ଶୁକ୍ରବାର(୨୧ ଜାନୁୟାରୀ, ୨୦୨୦) ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri