ଭୁବନେଶ୍ୱର ଆରଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆର୍‌ଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସୋମବାର ଭୁବନେଶ୍ୱର ଆର୍‌ଟିଓ-୧ ପରିସରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ବିଡିଏ ଓ କମିଶନରେଟ ପୋଲିସର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି। ବିଶେଷ କରି ଜେରକ୍ସ ଦୋକାନ, ନମ୍ବର ପ୍ଲେଟ, ହୋଟେଲ ଆଦି ୩୦ରୁ ଊଦ୍ଧର୍‌ବ ଦୋକାନକୁ ଭଙ୍ଗାଯାଇଛି। ଏହାସହ କୌଣସି ଅଘଟଣ ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା।