ଭୁବନେଶ୍ୱରରେ ୯ ନୂଆ ପଜିଟିଭ୍‌ ଚିହ୍ନଟ: ଅଛନ୍ତି ୩ କୋଭିଡ ହସ୍ପିଟାଲ କର୍ମଚାରୀ, ୨ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜଧାନୀରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩ଜଣ କରୋନା ଯୋଦ୍ଧା , ୨ ଲୋକାଲ୍‌ କେସ୍‌ ଅଛନ୍ତି। ସହରରେ ଜଣେ ଆକ୍ରାନ୍ତ(ଡମଣାର ୨୫ ବର୍ଷୀୟ ପୁରୁଷ) ସୁସ୍ଥ ହୋଇଛନ୍ତି। ଏନେଇ ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଆକ୍ରାନ୍ତଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ ୨୯ ବର୍ଷୀୟା ଯୁବତୀ(ବିହାର ଫେରନ୍ତା), ବିମାନବନ୍ଦର ନିକଟ ଭୀମପୁରରୁ ୪୬ ବର୍ଷୀୟ ବ୍ୟକ୍ତି(ଦିଲ୍ଲୀ ଫେରନ୍ତା), ୟୁନିଟ ୬ ଭୀମପୁରର ଜଣେ ୨୩ ବର୍ଷୀୟ ଯୁବତୀ(କୋଲକାତା ଫେରନ୍ତା), ସାଲିଆ ସାହି ନିରାଙ୍କାରୀ ନଗରର ଜଣେ ୧୯ ବର୍ଷୀୟ ଯୁବକ(ପୂର୍ବ ଦିଲ୍ଲୀ ଫେରନ୍ତା ତଥା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା) ଅଛନ୍ତି। କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ୩ଜଣ କର୍ମଚାରୀ(୩୬, ୩୭ ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ମହିଳା) କରୋନା ସଂକ୍ରମିତ ହୋଇଛନ୍ତି। ସେହିଭଳି ଗାଡ଼କଣ ମହିମା ନଗରରେ ରହୁଥିବା ଗୋଟିଏ ପରିବାରର ଦୁଇଜଣ(୫୩ବର୍ଷ-୧୪ ବର୍ଷର ପୁରୁଷ) ମଧ୍ୟ ଅଛନ୍ତି। ଏହି ଦୁଇଜଣ ପୂର୍ବ ସଂକ୍ରମିତଙ୍କ ସସ୍ପର୍ଶରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri