ଭୁବନେଶ୍ୱରରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଭୁବନେଶ୍ୱରରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛି। ଏହି ପାଞ୍ଚ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟ ନଗର ଅଞ୍ଚଳର ୩୬ ବର୍ଷୀୟ ଯୁବକ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଜୟଦେବ ବିହାର ନିରଙ୍କାରୀ ନଗରର ୨୨ ବର୍ଷର ଯୁବକ। ସେ ଦିଲ୍ଲୀରେ ଆଇଟି ପ୍ରଫେସନାଲ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ଘରକୁ ଫେରିଥିଲେ। ପଟିଆ ଶ୍ରୀ ବିହାର ଅଞ୍ଚଳରୁ ଜଣେ ୨୫ ବର୍ଷୀୟା ମହିଳା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଏହି ମହିଳା। ଆଉ ଜଣେ ଆକ୍ରାନ୍ତ ଡୁମଡୁମା ହାଉସିଂ ବୋର୍ଡ କଲୋନୀର ୩୬ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି। ପୂର୍ବରୁ ଚିହ୍ନଟ ଜଣଙ୍କ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଅନ୍ୟ ଜଣେ ୨୫ ବର୍ଷୀୟ ସରକାରୀ ମେଡିକାଲ ଅଧିକାରୀ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ,ରାଜ୍ୟରେ ମଙ୍ଗଳବାର ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି।