ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଓଲିଉଡ ଅଭିନେତା ବିଜୟ ମହାନ୍ତି ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଛନ୍ତି। ଦୀର୍ଘ ୨୨ ଘଣ୍ଟାର ଯାତ୍ରା କରି ବିଜୟ ପହଞ୍ଚିଥିବା ସୂଚନା ମିଳିଛି।

ପ୍ରକାଶ ଯେ, ବିଜୟ ୧୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ। ହେଲେ ସେ ଓଡ଼ିଶା ଫେରି ଚିକିତ୍ସିତ ହେବେ ବୋଲି ଏକ ଆମ୍ବୁଲାନ୍ସ ବସ୍‌ର ବ୍ୟବସ୍ଥା କରାଯାଇଥିଲା। ସେଥିରେ ନର୍ସ, ଡାକ୍ତର ଏବଂ ଆଇସିୟୁର ବ୍ୟବସ୍ଥା କରାଯାଇଥିଲା।