ଭୁବନେଶ୍ୱରରେ ପହଞ୍ଚିଲା ୨ ଶହୀଦ ନନ୍ଦୁରାମ ସୋରେନ, ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଚାଇନା ସେନାର ଆକ୍ରମଣରେ ଶହୀଦ ହୋଇଥିବା ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛି। ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କ ମର ଶରୀର ଭୁବନେଶ୍ୱର ବିଜୁପଟ୍ଟାନୟ ବିମାନବନ୍ଦରରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏଥିସହ ରାଜ୍ୟପାଳ ଗଣେଶିଲାଲ, କନ୍ଧମାଲ ଏମ୍‌ପି ଅଚ୍ୟୁତ ସାମନ୍ତରାୟ, ରାଜନେତା ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ୨ ଶହୀଦଙ୍କୁ ଗାର୍ଡ ଅଫ୍‌ ଅନରରେ ସମ୍ମାନିତ କରାଯାଇଛି। ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ବହୁ ମାନ୍ୟମଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।