ଭୁବନେଶ୍ୱରରୁ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କୋକେନ୍‌ ଜବତ ଘଟଣା:ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ

ଭୁବନେଶ୍ୱର,୨।୯(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଭୁବନେଶ୍ୱରରୁ ଗତ ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦୁଇ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ୨୦୨ଗ୍ରାମର ‘କୋକେନ’ ଜବତ କରିଥିଲା। ଉକ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ ଗୁଲ୍‌ବେସ୍‌ ଖାନ୍‌ ଓରଫ ଏସ୍‌କେ ହଜ୍‌ରତ୍‌ ବୁଧବାର ଉତ୍ତରପ୍ରଦେଶ ଗାଜିଆବାଦ୍‌ ସହରରୁ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଛନ୍ତି। ତାଙ୍କ ଘର ହେଲା ଉତ୍ତରପ୍ରଦେଶ ବରେଲି ଜିଲା ସିସଗଡ଼ ଥାନା ଅନ୍ତର୍ଗତ ଧର୍ମପୁରା ଗ୍ରାମରେ। ଏସ୍‌ଟିଏଫ୍‌ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତ ହଜ୍‌ରତ୍‌ଙ୍କୁ ଗିରଫ କରିବା ପରେ ତାଙ୍କୁ ଗାଜିଆବାଦ୍‌ସ୍ଥିତ ଅତିରିକ୍ତ ସିଭିଲ୍‌ ଜଜ୍‌ କୋର୍ଟରେ ହାଜର କରିଥିଲା। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ମିଳିବା ପରେ ଏସ୍‌ଟିଏଫ୍‌ ହଜ୍‌ରତ୍‌ଙ୍କୁ ଓଡ଼ିଶା ଆଣୁଛି। ଶୁକ୍ରବାର ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। କୋର୍ଟ ଚାଲାଣ ପରେ ହଜ୍‌ରତ୍‌ଙ୍କୁ ରିମାଣ୍ଡରେ ଆଣି ଏହି ମାମଲାରେ ଅଧିକ ତଥ୍ୟ ହାସଲ କରିବାକୁ ଏସ୍‌ଟିଏଫ୍‌ ଯୋଜନା କରୁଥିବା ଜଣାପଡ଼ିଛି। ଏହି ମାମଲାରେ ଅଭିଯୁକ୍ତ ରବି ସିଂ ଓ ସନ୍ନି କୁମାର ପୂର୍ବରୁ ଗିରଫ ହୋଇଥିଲେ।
ସୂଚନା ଅନୁଯାୟୀ, ରବି ରାଜସ୍ଥାନରେ ରହୁଥିବାବେଳେ ସନ୍ନି ଭୁବନେଶ୍ୱର ସାଲିଆସାହିର ତାରିଣୀ ବସ୍ତିରେ ରହି ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଚୁଡ଼ି ଓ କସ୍‌ମେଟିକ୍ସ ଦୋକାନ କରିଥିଲେ। କୋକେନ୍‌ ବିକ୍ରି କରିବାକୁ ଅଭିଯୁକ୍ତଦ୍ୱୟ ପୂର୍ବରୁ ଓଡ଼ିଶାରେ ଥିବା ଜଣେ ନିଶା ଡିଲରଙ୍କ ସହ କଥା ହୋଇଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଏସ୍‌ଟିଏଫ୍‌ ପକ୍ଷରୁ ୨ଟି ଟିମ୍‌ ଗଠନ କରାଯାଇ ସେମାନଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା। ଏପ୍ରିଲ ୧୨ରେ ଦିନତମାମ୍‌ ଏସ୍‌ଟିଏଫ୍‌ ଟିମ୍‌ ସେମାନଙ୍କ ପିଛା କରିଥିଲା। ସନ୍ଧ୍ୟାରେ ଅଭିଯୁକ୍ତଦ୍ୱୟ ଜାଭିୟର ଛକ ନିକଟରେ ଛିଡ଼ା ହୋଇ ଓଡ଼ିଶାର ଡିଲରଙ୍କୁ ଅପେକ୍ଷା କରିଥିଲେ। ସେହି ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋକେନ୍‌ ଜବତ କରିଥିଲା। ଉକ୍ତ ଘଟଣାରେ ଏକ ମାମଲା (ନଂ.୯/୨୦୨୨) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ଉଭୟଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ଏସ୍‌ଟିଏଫ୍‌ ହଜ୍‌ରତ୍‌ଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା। ଉଭୟଙ୍କଠୁ ହଜ୍‌ରତ୍‌ଙ୍କ ଠିକଣା ଆଣି ଉତ୍ତରପ୍ରଦେଶ ପୋଲିସ ସହ ଏସ୍‌ଟିଏଫ୍‌ ଯୋଗାଯୋଗରେ ଥିଲା। ବୁଧବାର ଦିନବେଳା ଗାଜିଆବାଦ୍‌ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏସ୍‌ଟିଏଫ୍‌ ଚଢ଼ାଉ କରି ହଜ୍‌୍‌ରତ୍‌ଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri