Categories: ରାଜ୍ୟ

ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାରଠାରୁ ଆରମ୍ଭ ହୋଇଛି ଘରୋଇ ବିମାନ ଚଳାଚଳ। ଭୁବନେଶ୍ୱରରୁ ୬୪ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଗଲା ଭିସ୍ତାର ବିମାନ। ଏ ନେଇ ନିର୍ଦ୍ଦେଶକ ଭି. ଭି ରାଓ ସୂଚନା ଦେଇଛନ୍ତି। ୭୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆସିଥିଲା ପ୍ରଥମ ବିମାନ। ସନ୍ଧ୍ୟାରେ ଆଉ ୪ଟି ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଦିଲ୍ଲୀରୁ ଏୟାର ଇଣ୍ଡିଆ, ବାଙ୍ଗାଲୋରରୁ ଏୟାର ଏସିଆ, ବାଙ୍ଗାଲୋରରୁ ଇଣ୍ଡିଗୋ, ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଆସି ପହଞ୍ଚିବାର ରହିଛି। ତେବେ ଆଜି ୫ଟି ବିମାନ ବାତିଲ୍‌ ହୋଇଛି। ଝାରସୁଗୁଡ଼ା, ହାଇଦ୍ରାବାଦ ଓ କୋଲକାତାକୁ ବିମାନ ବାତିଲ୍‌ ହୋଇଥିବା ଜଣାପଡ଼ିଛି। କୋଲକାତାରେ ସ୍ବାଭାବିକ ସ୍ଥିତି ଫେରି ନ ଥିବାରୁ ବିମାନ ବାତିଲ୍‌ ହୋଇଛି। ଆସନ୍ତା ୨୮ ତାରିଖ ଯାଏ ଏଭଳି ସ୍ଥିତି ଜାରି ରହିବ।