ଭୁବନେଶ୍ୱରରୁ ଉତ୍ତର ପ୍ରଦେଶ ଯାଉଥିବା ୧୫ ଶ୍ରମିକ ଅଟକ

କେନ୍ଦୁଝର,୫।୫(ସ୍ବ.ପ୍ର.)-ଭୁବନେଶ୍ୱରରୁ ଚାଲି ଚାଲି ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ୧୫ ଜଣ ଶ୍ରମିକଙ୍କୁ କେନ୍ଦୁଝର ସଦର ଥାନା ପୋଲିସ ରାଇସୁଆଁ ନିକଟରେ ଅଟକ ରଖିଛି। ପୋଲିସ କହିଛି, ଉକ୍ତ ଶ୍ରମିକମାନେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରଙ୍ଗ କାମ କରିବାକୁ ଆସିଥିଲେ। ୧୫ ଦିନ କାମ କରିବା ପରେ ଲକ ଡାଉନ ଘୋଷଣା ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଶ୍ରମିକମାନଙ୍କୁ ମଜୁରି, ଖାଇବା, ରହିବା ଆଦି ନ ମିଳିବାରୁ ସେମାନେ ସେଠାରୁ ଛାଡି ପଳାଇ ଆସିଥିବା ପ୍ରକାଶ କରିଛନ୍ତି। ଅପରପକ୍ଷେ ସଦର ଥାନା ଅଧିକାରୀ ଅଟକ ଶ୍ରମିକମାନଙ୍କ ରହିବା ଓ ଘରକୁ ଯିବା ପାଇଁ ବ୍ୟବସ୍ଥା ନିମନ୍ତେ ପ୍ରଶାସନକୁ ଜଣାଇଛୁ ବୋଲି କହିଛନ୍ତି।