Categories: ଗଞ୍ଜାମ

ଭୁଜାଲି ମାଡ଼ରେ ଜଣେ ଗୁରୁତର

ଜଗନ୍ନାଥପ୍ରସାଦ,୨୦ା୭(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଗଣ୍ଡାଧର ପଞ୍ଚାୟତର ବିରୂପାକ୍ଷ ନାୟକଙ୍କୁ ଶୁକ୍ରବାର ଭୁଜାଲିରେ ଆକ୍ରମଣ କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗନ୍ନାଥପ୍ରସାଦ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୂର୍ବଶତ୍ରୁତାରୁ ବିରୂପାକ୍ଷଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, ଗଣ୍ଡାଧର ଗ୍ରାମ ଛକରୁ ଗୋଚ୍ଛାବାଡ଼ି ଗ୍ରାମ ଭିତରକୁ ଯାଇଥିବା ପ୍ରଧାନମନ୍ତ୍ରୀ ସଡ଼କରେ କାମ ଚାଲିଛି। ବିରୂପାକ୍ଷ ଓ ଗୋଛାବାଡିର ଜଳନ୍ଧର ନାୟକ ଏହି କାମ ଆଣିଥିବା ବେଳେ ସେମାନେ ଶୁକ୍ରବାର ଅପରାହ୍ନରେ କାରରେ ସେଠାକୁ ଯାଇ ଠିଆ ହୋଇଥିଲେ। ଏହି ସମୟରେ ଦୁର୍ବୃତ୍ତ ଜଣକ ଏକ ବାଇକରେ ଆସି ଭୁଜାଲି ବାହାର କରି ବିରୂପାକ୍ଷଙ୍କ ହାତ ଓ ପେଟକୁ ଆକ୍ରମଣ କରିଥିଲେ।