ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସିନାପାଲି,୨୭।୯(ଡି.ଏନ.ଏ.)-ନୂଆପଡା ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗୁରୁବାର ସିନାପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୨ ଜଣ ଭିନ୍ନକ୍ଷମ ବସ୍‌ ଓ ଟ୍ରେନ୍‌ ପାସ ପାଇଁ ଆବେଦନ କରିଥିଲେ। ଅସ୍ଥିଶଲ୍ୟ ଭିନ୍ନକ୍ଷମ ୨୩୨ ଜଣ, ଦୃଷ୍ଟିବାଧିତ ୫୯ ଜଣ, ଶ୍ରବଣବାଧିତ ୧୦୪ ଜଣ ଓ ୨୭ ଜଣ ମାନସିକ ଅନଗ୍ରସର ଏବଂ ୧୭ ଜଣ ସିକିଲସେଲ୍‌ ଓ ଥାଲାସେମିଆ ରୋଗରେ ପୀଡିତ ରୋଗୀ ପ୍ରମାଣପତ୍ର ପାଇଁ ଆବେଦନ କରିଛନ୍ତି । ଶିବିରରେରେ ଡାକ୍ତର ଚିନ୍ମୟ ସାହୁ, ଡାକ୍ତର ରମାକାନ୍ତ ସାହୁ, ଡାକ୍ତର ଧନଞ୍ଜୟ ଭୋଇ, ଡାକ୍ତର ଘନଶ୍ୟାମ ସାହୁ, ଡାକ୍ତର ମନୋଜ କୁମାର ସାହୁ, ଡାକ୍ତର ଦୀନବନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ। ସେହିପରି ସିନାପାଲି ବ୍ଲକ୍‌ ଅଧ୍ୟକ୍ଷା ତପସ୍ବିନୀ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର, ଜିଲା ପରିଷଦ ସଭ୍ୟ ଗିିରିରାଜ ମାଝି, ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ଗୋପଲକ୍ଷ୍ମୀ ହୋତା, ସିନାପାଲି ବ୍ଲକ୍‌ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯ୍ୟୋଧନ ବିଶି ଓ ସିନାପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସତ୍ୟବାନ ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।