ଭିମ୍‌ସାରରେ ସ୍ବାଇନଫ୍ଲୁ ରୋଗୀ

ସମ୍ବଲପୁର,୫ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ସୁନ୍ଦରଗଡ଼ର ଜଣେ ସ୍ବାଇନଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ସ୍ବତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁଦର୍ଶନ ପୋଥାଳ କହିଛନ୍ତି ଯେ, ସ୍ବାଇନଫ୍ଲୁ ପାଇଁ ପ୍ରତିଷେଧକ (ଭ୍ୟାକସିନ) ରହିଛି। ଭୟ କରିବାର ନାହିଁ। ରୋଗୀଙ୍କୁ ଠିକ୍‌ ଭାବେ ଚିକିତ୍ସା କରା ଯାଉଛି। ଆଉ ୩/୪ ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବ। ତାଙ୍କ ରକ୍ତ ଓ ସ୍ବାବ୍‌ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲା। ରିପୋର୍ଟରେ ନେଗେଟିଭ ବାହାରିଥିଲାବେଳେ ସ୍ବାଇନଫ୍ଲୁ ପଜିଟିଭ ଥିଲା।