ଭିମ୍‌ସାରରେ ଘରୋଇ ଆମ୍ବୁଲାନ୍ସ ଉପରେ କଟକଣା

ସମ୍ବଲପୁର,୯ା୫(ବ୍ୟୁରୋ)-ସମ୍ବଲପୁର ବୁର୍ଲା ଭିମ୍‌ସାର ପରିସରରେ ଘରୋଇ ଆମ୍ବୁଲାନ୍ସଗୁଡିକ ପାର୍କିଂ କରିପାରିବେ ନାହିଁ। ମେଡିକାଲ କ୍ୟାମ୍ପସ ବାହାରେ ରହିବେ। ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କ ସହ ମୂଲଚାଲ କରି ପାରିବେ ନାହିଁ। ଦର ଧାର୍ଯ୍ୟ ପରେ ଆମ୍ବୁଲାନ୍ସ ରୋଗୀ କିମ୍ବା ମୃତଦେହ ନେବ। ଅଧିକ ଦର ନେଇ ପାରିବେ ନାହିଁ ବୋଲି ଭିମସାର କର୍ତ୍ତପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଆମ୍ବୁଲାନ୍ସ ମାଲିକ ଓ ଚାଳକ ସଂଘ ସଦସ୍ୟମାନେ ଭିମ୍‌ସାର କର୍ତ୍ତୃପକ୍ଷ ଓ କେତେକ ଡାକ୍ତରଙ୍କ ସହ ଆଲୋଚନା ବେଳେ ଏହି ନିଷ୍ପତ୍ତି ହୋଇଛି।
ମେ ୪ ତାରିଖ ନୂଆପଡ଼ା ରାଜଖରିଆର ରୋଡର ସର୍ବେଶର ମାଝି ଓ ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷର ପୁଅକୁ ଜଣେ ବ୍ୟକ୍ତି ରାତିସାରା ଆମ୍ବୁଲାନ୍ସରେ ବନ୍ଦ ରଖିଥିଲେ। ଏହାର କାରଣ ସର୍ବେଶ୍ୱର ଆମ୍ବୁଲାନ୍ସକୁ ଟଙ୍କା ଦେଇ ପାରି ନ ଥିଲେ। ଏଣୁ ଭିମ୍‌ସାରରୁ ଏମାନଙ୍କୁ ନେଇ ନୂଆପଡ଼ା ଯାଇଥିବା ଘରୋଇ ଆମ୍ବୁଲାନ୍ସ ପୁଣି ଭିମ୍‌ସାର ଫେରି ଆସିଥିଲା। ଅତି ନିର୍ଦ୍ଦୟ ଭାବେ ଆମ୍ବୁଲାନ୍ସ ଚାଳକ ସାରା ରାତି ବାପା, ମା, ଛୁଆକୁ ଗାଡି ଭିତରେ ବନ୍ଦ ରଖିଥିଲେ। ସକାଳେ ଲୋକେ ଏମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ପୋଲିସ ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ଛୋଟେଲାଲ ଗୁପ୍ତାଙ୍କ ନାମରେ ମାମଲା ରୁଜୁ କରିଛି। ସେହି ଦିନଠାରୁ କୌଣସି ଘରୋଇ ଆମ୍ବୁଲାନ୍ସ ଭିମ୍‌ସାର ପରିସରକୁ ଆସିବାକୁ କର୍ତ୍ତୃପକ୍ଷ ମନା କରିଛନ୍ତି। ଏଣୁ ଘରୋଇ ଆମ୍ବୁଲାନ୍ସ ଚାଳକ ଓ ମାଲିକ କ୍ଷତିଗ୍ରସ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri