ଭିମ୍‌ସାରରେ ଘରୋଇ ଆମ୍ବୁଲାନ୍ସ ଉପରେ କଟକଣା

ସମ୍ବଲପୁର,୯ା୫(ବ୍ୟୁରୋ)-ସମ୍ବଲପୁର ବୁର୍ଲା ଭିମ୍‌ସାର ପରିସରରେ ଘରୋଇ ଆମ୍ବୁଲାନ୍ସଗୁଡିକ ପାର୍କିଂ କରିପାରିବେ ନାହିଁ। ମେଡିକାଲ କ୍ୟାମ୍ପସ ବାହାରେ ରହିବେ। ରୋଗୀ ବା ସେମାନଙ୍କ ସମ୍ପର୍କୀୟଙ୍କ ସହ ମୂଲଚାଲ କରି ପାରିବେ ନାହିଁ। ଦର ଧାର୍ଯ୍ୟ ପରେ ଆମ୍ବୁଲାନ୍ସ ରୋଗୀ କିମ୍ବା ମୃତଦେହ ନେବ। ଅଧିକ ଦର ନେଇ ପାରିବେ ନାହିଁ ବୋଲି ଭିମସାର କର୍ତ୍ତପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଆମ୍ବୁଲାନ୍ସ ମାଲିକ ଓ ଚାଳକ ସଂଘ ସଦସ୍ୟମାନେ ଭିମ୍‌ସାର କର୍ତ୍ତୃପକ୍ଷ ଓ କେତେକ ଡାକ୍ତରଙ୍କ ସହ ଆଲୋଚନା ବେଳେ ଏହି ନିଷ୍ପତ୍ତି ହୋଇଛି।
ମେ ୪ ତାରିଖ ନୂଆପଡ଼ା ରାଜଖରିଆର ରୋଡର ସର୍ବେଶର ମାଝି ଓ ତାଙ୍କ ସ୍ତ୍ରୀ ଏବଂ ୭ ବର୍ଷର ପୁଅକୁ ଜଣେ ବ୍ୟକ୍ତି ରାତିସାରା ଆମ୍ବୁଲାନ୍ସରେ ବନ୍ଦ ରଖିଥିଲେ। ଏହାର କାରଣ ସର୍ବେଶ୍ୱର ଆମ୍ବୁଲାନ୍ସକୁ ଟଙ୍କା ଦେଇ ପାରି ନ ଥିଲେ। ଏଣୁ ଭିମ୍‌ସାରରୁ ଏମାନଙ୍କୁ ନେଇ ନୂଆପଡ଼ା ଯାଇଥିବା ଘରୋଇ ଆମ୍ବୁଲାନ୍ସ ପୁଣି ଭିମ୍‌ସାର ଫେରି ଆସିଥିଲା। ଅତି ନିର୍ଦ୍ଦୟ ଭାବେ ଆମ୍ବୁଲାନ୍ସ ଚାଳକ ସାରା ରାତି ବାପା, ମା, ଛୁଆକୁ ଗାଡି ଭିତରେ ବନ୍ଦ ରଖିଥିଲେ। ସକାଳେ ଲୋକେ ଏମାନଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ପୋଲିସ ସମ୍ପୃକ୍ତ ଆମ୍ବୁଲାନ୍ସ ଚାଳକ ଛୋଟେଲାଲ ଗୁପ୍ତାଙ୍କ ନାମରେ ମାମଲା ରୁଜୁ କରିଛି। ସେହି ଦିନଠାରୁ କୌଣସି ଘରୋଇ ଆମ୍ବୁଲାନ୍ସ ଭିମ୍‌ସାର ପରିସରକୁ ଆସିବାକୁ କର୍ତ୍ତୃପକ୍ଷ ମନା କରିଛନ୍ତି। ଏଣୁ ଘରୋଇ ଆମ୍ବୁଲାନ୍ସ ଚାଳକ ଓ ମାଲିକ କ୍ଷତିଗ୍ରସ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri