ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ଭାରତୀୟ ଖେଳାଳି

ଲଣ୍ଡନ,୧୧ା୭(ପିଟି)- ଭାରତୀୟ ଦଳର ବିଶ୍ୱକପ୍‌ ଜିତିବା ଆଶା ଶେଷ ହୋଇସାରିଛି। ପରବର୍ତ୍ତୀ ସିରିଜ ପୂର୍ବରୁ ଦଳୀୟ ଖେଳାଳିଙ୍କ ହାତରେ ଆଉ ୨ ସପ୍ତାହ ରହିଛି। ଦୀର୍ଘ ୭ ସପ୍ତାହ ଏକାଠି ରହିବା ପରେ ଦଳୀୟ ଖେଳାଳି ଏଠାରୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବେ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। କିଛି ଖେଳାଳି ଭାରତକୁ ଫେରିବେ। ଆଉ କିଛି ଲଣ୍ଡନରେ ରହିବେ କିମ୍ବା ଦୁଇ ସପ୍ତାହ ଲାଗି ଅନ୍ୟ ସ୍ଥାନକୁ ଯାଇପାରନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କିଛିଦିନ ମଧ୍ୟରେ ରାଞ୍ଚତ୍ ଫେରିବେ ବୋଲି ଆଶା କରାଯାଉଛି। ଭାରତୀୟ ଦଳରେ ତାଙ୍କ ଭବିଷ୍ୟତ ନେଇ ଆଲୋଚନା ଚାଲିଛି। ଅଧିନାୟକ ବିରାଟ କୋହଲି ମ୍ୟାଚ୍‌ ପରେ କହିଥିଲେ, ଧୋନୀ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ୩୮ ବର୍ଷୀୟ କ୍ରିକେଟର ଦେଶକୁ ଫେରିବା ପରେ ଘୋଷଣା କରିପାରନ୍ତି। ଭାରତୀୟ ଦଳ ଏବେ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ ସିରିିଜ୍‌ ଲାଗି ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ପ୍ରସ୍ତୁତ ହେବ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଅଗଷ୍ଟ ୩ରୁ ୮ ତାରିଖ ମଧ୍ୟରେ ୩ ଟି ୨୦ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏହାପରେ ଦିନିକିଆ ଓ ଟେଷ୍ଟ ସିରିଜ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଟେଷ୍ଟ ସିରିଜ୍‌ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ଙ୍କ ଲାଗି ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ।

Share