ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ ଲକ୍ଷ୍ମୀ ପୂଜା ବେଳେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ବସାଇ ଦିନକୁ ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ହେଲେ ଉକ୍ତ ରୋଜଗାରରୁ ମାତ୍ର କିଛି ଅର୍ଥ କାହାକୁ ମଜୁରି ଭାବେ ଦିଆଯାଇଛି ତ ଆଉ କାହାକୁ ମାସିକ ଦରମା ଭାବେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କଲିକତା ହୁଗୁଳି ଜିଲାର ପଣ୍ଡୁଆରୁ ଦୁଇଟି ଗ୍ରୁପ୍ରେ ଅନୁଗୋଳ ଆସିଥିଲେ ୮ ଜଣ ଭିନ୍ନକ୍ଷମ। ଗୋଟିଏ ଗ୍ରୁପ୍ରେ ୩ଜଣ ଥିବାବେଳେ ଅନ୍ୟ ଗ୍ରୁପ୍ରେ ୫ଜଣ ଥିଲେ। ଏମାନଙ୍କ ସହ ଅଛନ୍ତି ୧୦ ଜଣ ଦଲାଲ। ପାର୍ବଣର ଜନଗହଳି ସ୍ଥାନରେ ଚାଲିଥିଲା ଏମାନଙ୍କ ବ୍ୟବସାୟ। ଏହି ଭିନ୍ନକ୍ଷମମାନେ ରୋଜଗାର କରୁଥିବା ଅର୍ଥ ସିଧାସଳଖ ଦଲାଲ୍ଙ୍କ ପକେଟକୁ ଯାଇଛି। ଏପରି କି ଜଣେ ଜଣେ ଦିନକୁ ପାଖାପାଖି ଏକ ହଜାର ଟଙ୍କା ରୋଜଗାର କରିଥିବା ବେଳେ ସେମାନଙ୍କୁ ମିଳିଛି ମାତ୍ର ଦିନକୁ ୨ଶହରୁ ୩ଶହ ଟଙ୍କା, ତାହା ପୁଣି ବୟସ ଅନୁପାତରେ ବଣ୍ଟା ଯାଇଛି। ବିଳମ୍ବିତ ରାତିରେ ପୂଜା ଭିଡ଼ ଭାଙ୍ଗିବା ପରେ ଦଲାଲ୍ମାନେ ଭିନ୍ନକ୍ଷମମାନଙ୍କ ଠେଲାଗାଡ଼ିକୁ ଟାଣି ଟାଣି ଅନୁଗୋଳ ଷ୍ଟାଡିୟମ ବାହାରେ ପହଞ୍ଚୁଥିଲେ। ସେଠାରେ ଧଳା ଚାଦର ଘୋଡ଼ାଯାଇଥିବା ଏକ ସଂସ୍ଥାର ତମ୍ବୁତଳେ ରାତି ଭୋଜନ ଦେବା ପରେ ସକାଳୁ ପୁଣି ବେପାର ସ୍ଥାନରେ ଛାଡ଼ି ଦେଉଥିଲେ। ହୁଗୁଳିରୁ ଆସିଥିବା ଜଣେ ଭିନ୍ନକ୍ଷମ କହିଛନ୍ତି, ରୋଜଗାରର କିଛି ପନ୍ଥା ନାହିଁ। ଟଙ୍କା ଗଣି ମଧ୍ୟ ଜାଣିନାହିଁ। ମୋତେ ଦୁଇଓଳି ଖାଇବାକୁ ଦିଆଯାଉଥିବା ବେଳେ ମୋ ପରିବାର ଲୋକଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦିଆଯାଉଥିବା ଜାଣିଛି। ମଧ୍ୟାହ୍ନରେ ଜନଗହଳି ଥିଲେ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏପରି କି ଦିନେ ଦିନେ ଖାଇବାକୁ ମଧ୍ୟ ମିଳି ନ ଥାଏ। ସେହିପରି ହୁଗୁଳିରୁ ୫ଜଣ ଭିନ୍ନକ୍ଷମଙ୍କୁ ଆଣିଥିବା ଦଲାଲ ଜଣଙ୍କ କହିଛନ୍ତି, ପାର୍ବଣ ସମୟରେ ଆମେମାନେ ବିଭନ୍ନ ସହରକୁ ଯାଇଥାଉ। ସେଠାରୁ ରୋଜଗାର ହେଉଥିବା ଟଙ୍କାରୁ ଆମକୁ କିଛି ମିଳିଥାଏ। ଆଉ ଭିନ୍ନକ୍ଷମମାନଙ୍କୁ ମାସକୁ ଦରମା ଆକାରରେ ଟଙ୍କା ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକ ରହିଛନ୍ତି। ଯେଉଁଠାରେ ପାର୍ବଣ ହୋଇଥାଏ ସେଠାରୁ ଫୋନ୍ ଆସିବା ପରେ ଟ୍ରେନ୍ ଓ ବସ୍ରେ ଭିନ୍ନକ୍ଷମଙ୍କୁ ନିଆଯାଇଥାଏ। ଫୋନ୍ କରିଥିବା ଲୋକକୁ ମଧ୍ୟ ବ୍ୟବସାୟ ଅନୁଯାୟୀ କିଛି କିଛି ଟଙ୍କା ଦିଆଯାଇଥାଏ ବୋଲି ସମ୍ପୃକ୍ତ ଦଲାଲ କହିଛନ୍ତି।
ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା
Posted inଅନୁଗୋଳ, ଆମ ଜିଲା ଖବର View All
ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…
ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ
ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…
ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି
ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…
ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…
ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…
ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…
ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…
ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…
ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…
ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ
ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…
ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…
ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…
Archives

