ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି। ଏଥର କେନ୍ଦ୍ର ବଜେଟ୍‌ରେ ଭିତ୍ତିଭୂମି ଓ ବିକାଶ ପ୍ରତି ଅଗ୍ରାଧିକାର ଦିଆଯାଇଛି। ଏହା ଦେଶର ଆର୍ଥିକ ଅବସ୍ଥାକୁ ଅଧିକ ସୁଦୃଢ କରିପାରିବ। ବଜେଟ୍‌ରେ ହୋଟେଲ ବ୍ୟବସାୟ, କୃଷି ଉପତ୍ାଦନ, ବିଦ୍ୟୁତ୍‌ ଚାଳିତ ଯାନ ପାଇଁ ଜିଏସ୍‌ଟି କମାଇବାକୁ ପଦକ୍ଷେପ ନିଆଯାଇଛି। ଏହାର ପ୍ରଭାବ ଖୁବଶୀଘ୍ର ସବୁସ୍ତରରେ ଅନୁଭୂତ ହେବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର ବାଲେଶ୍ୱର ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ବିଗତ ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ମିଳନୀରେ ଉପସ୍ଥିତ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରକାଶ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ କହିଥିଲେ, ଚଳିତବର୍ଷ ବଜେଟ୍‌ରେ ଉପସ୍ଥାପନା ହୋଇଥିବା ନୀତି, ନିୟମ ଓ ଜିଏସ୍‌ଟି ହାର କମ୍‌ କରାଯିବା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପଦ୍ୟୋଗୀମାନଙ୍କ ଲାଗି ସହାୟକ ହେବ। ବ୍ୟାଙ୍କ ଋଣର ଏକ ପ୍ରମୁଖ ଭାଗ ୨୦ହଜାର କୋଟି ଟଙ୍କା ଗରିବ, ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତଙ୍କ ପାଇଁ ଗୃହ ଋଣ ଆଦି ଯୋଜନାରେ ବିନିଯୋଗ ହେବ। ଏଭଳି ଆର୍ଥିକ ଗତିବିଧି ଦେଶର ବଜାରକୁ ମଜଭୁତ୍‌ କରିବ। ଦେଶର ଜିଏସ୍‌ଟି ବ୍ୟବସ୍ଥାକୁ ମଧ୍ୟ ସରଳୀକୃତ କରାଯାଇଛି। କୃଷି ଉପତ୍ାଦ ଯଥା ଡାଲି, ଚାଉଳ, ଚା’, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣ କରିବା କ୍ଷେତ୍ରରେ ଜିଏସ୍‌ଟି ପର୍ଯ୍ୟାୟକ୍ରମେ ହ୍ରାସ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ବିଦ୍ୟୁତ ଚାଳିତ ବାହନ କ୍ରୟରେ ଜିଏସ୍‌ଟି ହାର ୧୨%ରୁ ୫%କୁ ହ୍ରାସ କରାଯାଇଥିବା ବେଳେ ଇଲେକ୍ଟ୍ରି ଯାନ ଚାର୍ଜର ଏବଂ ଚାର୍ଜିଂ ପଏଣ୍ଟ ଉପରେ ଟିକସକୁ ୧୮ରୁ ୫%କୁ କମ୍‌ କରାଯାଇଛି। ୧.୫କୋଟି ଟଙ୍କାରୁ କମ୍‌ ବେପାର କରୁଥିବା ଖୁଚୁରା ବେପାରୀମାନଙ୍କୁ ସ୍ବେଚ୍ଛାକୃତ ପେନସନ ଯୋଜନାରେ ସାମିଲ କରାଯାଇଛି। ଚଳିତ ବଜେଟର ଭିତ୍ତିଭୂମି ବିକାଶକୁ ଅଧିକ ପ୍ରାଥମିକତା ଦିଆଯାଇଛି। ଆଗାମୀ ୫ ବର୍ଷରେ ୧୦୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ଭିତ୍ତିଭୂମି ବିକାଶ ଯଥା, ରାସ୍ତା, ରେଳ, ଜଳ ଓ ଆକାଶପଥରେ ସଂଯୋଗ ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ବିନିଯୋଗ ହେବ। ଏହା ତୃଣମୂଳସ୍ତରରେ ଅର୍ଥନୀତିକୁ ମଜଭୁତ କରିବ। ଏବେ ଆମେରିକା ଓ ଚାଇନାର ବ୍ୟବସାୟିକ ଲଢ଼େଇ, ୟୁଏଇ ଭଳି ଦେଶରେ ବଡ଼ ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ ଭଳି ଘଟଣାରୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆସିଛି। ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୀତିର ସୁପ୍ରବନ୍ଧନ ଯୋଗୁ ଭାରତର ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଦେଶରେ ସାଧାରଣ ଗରିବ ଲୋକଙ୍କ ଦୈନନ୍ଦିନ ଆବଶ୍ୟକ ଦ୍ରବ୍ୟ ଡାଲି, ଚାଉଳ, ତେଲ ମୂଲ୍ୟ ସ୍ଥିର ରଖିବାରେ ମୋଦି ସଫଳ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଉପସଭାପତି ପର୍ଶୁରାମ ବେହେରା, ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର୍ର ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜୟନାରାୟଣ ମହାନ୍ତି, ଅଂଶୁମାନ ମହାନ୍ତି, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଜିଲା ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri