ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର

ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍‌ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେମାନେ ଚିକିତ୍ସାଳୟର ଭିତ୍ତିଭୂମି ତଦାରଖ କରିବା ସହ ପ୍ରସୂତି ଓ ଶିଶୁ ବିଭାଗ ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ କିଭଳି ସ୍ବାସ୍ଥ୍ୟସେବା ମିଳୁଛି, ସେ ନେଇ ପଚାରି ବୁଝିଥିଲେ। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ କମିଟିର ସଦସ୍ୟମାନେ ଆଲୋଚନା କଲାବେଳେ ଡାକ୍ତରଖାନାର ଭିତ୍ତିଭୂମି ବଦଳୁଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ କରିଥିଲେ। ଏ ପରି କି ଜିଲା ହସ୍‌ପିଟାଲ ଓ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ପରସ୍ପରକୁ ଦୋଷ ଦେଇ ନୀରବରେ ବସି ରହୁଥିବା ଅଭିଯୋଗ ହୋଇଥିଲା।
କମିଟିିର ସଦସ୍ୟମାନେ ଆସି ଅପରାହ୍ନ ସାଢ଼େ ୩ଟା ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଉକ୍ତ କମିଟିରେ ସଦର ବିଧାୟକ ମଦନ ମୋହନ ଦତ୍ତ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଝାରସୁଗୁଡ଼ା ବିଧାୟକ କୁସୁମ ଟେଟେ, ସାରସକଣା ବିଧାୟକ ଡ. ବୁଧାନ ମୁର୍ମୁ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହନ୍ତ, ସ୍ବାସ୍ଥ୍ୟ ବିଭାଗ ସେକ୍ରେଟାରୀ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡା. ସୁନୀଲ କୁମାର, ଡିଏସ୍‌ଏସ୍‌ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମେଡିକାଲ କଲେଜ ଡିନ୍‌ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବାନାର୍ଜୀ ପ୍ରସାଦ ଛୋଟରାୟ ପ୍ରମୁଖ ରହିଥିଲେ। ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରମାନେ ଉପସ୍ଥିତ ଥିଲେ।
ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଲାଗି ନୂତନ ବିଲ୍ଡିଂ ନିର୍ମାଣ ଭଳି ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯାଇ ବିଭିନ୍ନ ବିଭାଗ ଖୋଲାଯାଇ ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ଜିଲା ଚିକିତ୍ସାଳୟ ବାଲେଶ୍ୱର ସରକାରୀ ମେଡିିକାଲ କଲେଜ ହସ୍‌ପିଟାଲ ଭାବେ କାର୍ଯ୍ୟକାରୀ ହେବା ପରେ ଅନେକ କିଛି ପରିବର୍ତ୍ତନ ଆସିବ ବୋଲି ଲୋକେ ଆଶା ରଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ବରୁ ୪ଶହରୁ ୫ଶହ ରୋଗୀ ଦୈନିକ ଆସୁଥିବାବେଳେ ଏବେ ୨୭ଶହରୁ ୩ହଜାର ରୋଗୀ ଆସୁଛନ୍ତି। ବିଶେଷଜ୍ଞ ଓ ପ୍ରଫେସରମାନଙ୍କ ଉପସ୍ଥିତି ସାଙ୍ଗକୁ ଏମ୍‌ଆର୍‌ଆଇ, ଡାୟାଲିସିସ୍‌, ସିଟିସ୍କାନ୍‌, ଅଲ୍‌ଟ୍ରାସାଉଣ୍ଡ, ହାଇ ଆଣ୍ଡ ଲ୍ୟାବ୍‌ ଭଳି ବହୁମୂଲ୍ୟ ସେବା ମାଗଣାରେ ଉପଲବ୍ଧ ହେଉଛି। କିନ୍ତୁ ହସ୍‌ପିଟାଲ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଅଧିକାଂଶ ପ୍ରଫେସର ଓ ବିଶେଷଜ୍ଞ ଡାକ୍ତର ରୋଗୀ ଦେଖିବାକୁ ଆସୁ ନ ଥିବା କମିଟିର ସଦସ୍ୟଙ୍କ ସହ ଆଲୋଚନା ବେଳେ ରୋଗୀମାନେ ଅଭିଯୋଗ କରିଥିଲେ। ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇ ନ ଥିବାରୁ ଡାକ୍ତର ଓ ନର୍ସମାନେ କେତେବେଳେ ଡ୍ୟୁଟିରେ ଆସୁଛନ୍ତି ଓ ଯାଉଛନ୍ତି ତାହା ଜଣାପଡୁ ନ ଥିବା ଏବଂ ଗରିବ ସାଧାରଣ ଲୋକେ ଦୂରଦୂରାନ୍ତରୁ ଜିଲା ହସ୍‌ପିଟାଲକୁ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅବସରରେ ଡାକ୍ତର ଅଭାବ ସମସ୍ୟା ଉଠିଥିଲା। ହସ୍‌ପିଟାଲ ପରିସରରେ ଗାଡ଼ି ପାର୍କିଂ, ସିସି କ୍ୟାମେରା, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଏବଂ ବିଶ୍ରାମ ସ୍ଥଳ ଭଳି ଆନୁଷଙ୍ଗିିକ ସୁବିଧା ଅଭାବରୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ହଇରାଣ ହେଉଥିବା ଦର୍ଶାଯାଇଥିଲା। ସେହିପରି ଗ୍ରାମାଞ୍ଚଳରେ ଚିକିତ୍ସା ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଷ୍ଟାଣ୍ଡିଂ କମିଟି ଆଗରେ ରୋଗୀ ଓ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri