ଭିତରକନିକା ଜାତୀୟ ଉଦ୍ୟାନ: ୧୯ରେ ଡଲଫିନ୍‌ ଗଣନା

ରାଜନଗର, ୭।୧ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ୧୯ ତାରିଖରେ ଡଲଫିନ୍‌ ଗଣନା କରାଯିବ। ୧୮ ତାରିଖରେ ଡଲଫିନ ଗଣନା ପାଇଁ ତାଲିମ ପ୍ରଦାନ କରାଯିବ ଓ ୧୯ ତାରିଖ ସକାଳୁ ଡଲ୍‌ଫିନ ଗଣନା ଆରମ୍ଭ ହେବ ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଏବଂ ନଦୀରେ ଡଲ୍‌ଫିନ୍‌ ଗଣନା କରାଯିବ।
ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲଫିନ୍‌ ଗଣନା କରାଯାଉଥିବା ବେଳେ ୨୦୧୫ ଠାରୁ ଭିତରକନିକା, ପୁରୀ, ଭଦ୍ରକ, ବାଲେଶ୍ୱର ଓ ବାରିପଦାରେ ଡଲଫିନ୍‌ ଗଣନା କରାଯାଉଛି।