ଭିତରକନିକାରେ ବିଦେଶାଗତ ପକ୍ଷୀଙ୍କ ଆଗମନ

ରାଜନଗର,୧୭ା୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଏହାର ଚାରିପାଖରେ ଥିବା ଆର୍ଦ୍ରଭୂମିରେ ବିଦେଶାଗତ ପକ୍ଷୀମାନେ ପାଦ ଥାପିଛନ୍ତି। ଅତିଥି ପକ୍ଷୀମାନଙ୍କ ଆଗମନ ଓ ସେମାନଙ୍କ କଳରବରେ ଭିତରକନିକା ମୁଖରିତ ହୋଇଉଠିଛି ା ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ରଙ୍ଗ ବେରଙ୍ଗ ପକ୍ଷୀମାନେ ଜାତୀୟ ଉଦ୍ୟାନ ସଂଲଗ୍ନ ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ରାଇପାଟିଆ, ଅଗରନାସୀ ଦ୍ୱୀପ, ବରୁଣେଇ ମୁହାଣ ପ୍ରଭୃତି ସ୍ଥାନରେ ଆଡ୍ଡା ଜମାଇବାରେ ଲାଗିଲେଣି। ଚଳିତବର୍ଷ ହିମାଳୟ ପାଦଦେଶ , ଦକ୍ଷିଣ ଏସିଆ, ଚାଇନା, କୋରିଆ, ପଶ୍ଚିମ ଏସିଆ, କାଜାକସ୍ତାନ, ସାଇବେରିଆ, ମଙ୍ଗୋଲିଆ ପ୍ରଭୃତି ସ୍ଥାନରୁ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପକ୍ଷୀମାନେ ଭିତରକନିକା ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ପହଞ୍ଚତ୍ ଥିବା ପକ୍ଷୀଙ୍କ ମଧ୍ୟରେ କେଶରପାଣ୍ଡିଆ, କିଙ୍ଗଫିଶର, ସୀମା ଚଢେଇ, ଜଡାହଂସ, ଗେଣ୍ଡି ହଂସ, ହଂସରାଣୀ, ଚା ଚଢେଇ କାଦୁଅଖୁମ୍ପି, ଗାଙ୍ଗୋଇ ପ୍ରଭୃତି ପକ୍ଷୀମାନେ ଆସିବା ଦେଖିବାକୁ ମିଳିଛି ା ପକ୍ଷୀମାନେ ସିନ୍ଦୂରା ଫାଟିବା ପରେ ଆର୍ଦ୍ରଭୂମିରେ ପହଞ୍ଚତ୍ ଖାଦ୍ୟ ସଂଗ୍ରହ କରିବା ଓ ଦଳ ଦଳ ହୋଇ ନୀଳ ଆକାଶରେ ଉଡିବା ଦୃଶ୍ୟ ବେଶ ମନୋମୁଗ୍ଧକର । ଏବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବାରୁ ପକ୍ଷୀ ଆସିବା ମଧ୍ୟ ବିଳମ୍ବ ହୋଇଛି। ପକ୍ଷୀମାନଙ୍କ ଆଗମନ ଭିତରକନିକାର ଶୋଭାକୁ ଦ୍ୱିଗୁଣିତ କରିଛି।