Categories: ରାଜ୍ୟ

ଭିତରକନିକାକୁ ଦେଶୀୟ ପକ୍ଷୀଙ୍କ ଆଗମନ

ରାଜନଗର,୬ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ଏବେ ଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ମୌସୁମୀ ସ୍ପର୍ଶ ପାଇବା କ୍ଷଣି ଦେଶୀୟ ପକ୍ଷୀମାନେ ଭିତରକନିକାକୁ ସଙ୍ଗମ ପାଇଁ ଆସିଛନ୍ତି। ଦଳଦଳ ହୋଇ ନୀଳ ଆକାଶରେ ଉଡ଼ିବା ଦୃଶ୍ୟ ବେଶ୍‌ ମନୋରମ।  ବଗ, ଛଞ୍ଚାଣ, ଗେଣ୍ଡାଳିଆ, ଦା’ବେଣ୍ଟିଆ, ହଳଦୀବସନ୍ତ ପ୍ରଭୃତି ପକ୍ଷୀଙ୍କ ସମାଗମ ହୋଇଛି।