ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବାଲେଶ୍ୱର ଅଫିସ୍‌, ୧୦।୧୨: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି। ସୋରୋ ଗ୍ରାମ୍ୟ ଊନ୍ନୟନ ବିଭାଗର ସହକାରି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ବାରିପଦା, ଶୂନଗଡିଆସ୍ଥିତ ବାସବଭନ ସହ ପୈତୃକ ବାସଭବନ, ସୋରୋ କାର୍ଯ୍ୟାଳୟ, କଟକସ୍ଥିତ ସମ୍ପର୍କୀୟଙ୍କ ଘରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ବାରିପଦା, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦୁଝର ଭିଜିଲାନ୍ସ ଟିମ ଏକସଙ୍ଗେ ଚଢାଉ କରୁଥିବା ସୂଚନା ମିଳିଛି।