ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗ ପ୍ରଥମେ ତହସିଲର ପୂର୍ବତନ ଆରଆଇ ଜଗବନ୍ଧୁ ନାଏକଙ୍କ ଛେଣ୍ଡିପଦା ତହସିଲ କଲୋନୀସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ଜଗବନ୍ଧୁଙ୍କୁ ଭିଜିଲାନ୍ସ ବିଭାଗ ଅଟକ ରଖିବା ସହ ତାଙ୍କୁ ନେଇ କଣଲୋଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉ ସମୟରେ ତାଙ୍କ ନିକଟରୁ ଦୁଇ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।