ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ନବରଙ୍ଗପୁର,୬।୩(ବି.ପ୍ର.): ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କଅଁର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଶୁକ୍ରବାର ସକାଳୁ ଏକକାଳୀନ ଘର, କାର୍ଯ୍ୟାଳୟ, ଫୁଲବାଣୀସ୍ଥିତ ଘର, ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଢ଼ାଉ ଜାରି ରହିଛି।
ସୂଚନାଯୋଗ୍ୟ,ଫେବୃୟାରୀ ୨୨ ତାରିଖରେ ଉକ୍ତ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନଙ୍କୁ ସ୍ଥାୟୀ ଚାକିରି କରାଇ ଦେବା ଲାଗି ଆର୍‌ଟିଓ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଥିଲା। ଏପରିକି ଫେରାଇବା ପାଇଁ କହିବାରୁ ହତ୍ୟା ଧମକ ଦେବା ପରି ଅଭିଯୋଗ ଆଣିଥିଲେ ଲକ୍ଷ୍ମୀନାଥ। ଏହାକୁ ନେଇ ଥାନାରେ ୪୮/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହାକୁ ଭିତ୍ତିକରି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ଆର୍‌କେ ବିଶ୍ୱାଳ, ଜୟପୁର ଡିଏସ୍‌ପି ଏସ୍‌ଏନ୍‌ ପାଣିଗ୍ରାହୀ, ଏସ୍‌ଆଇ ଏସ୍‌ କେ ତରାଇ, ଇନ୍ସପେକ୍ଟର ଦିନବନ୍ଧୁ ବେହେରା ପ୍ରମୁଖ ସାମିଲ ଅଛନ୍ତି।