ଭିଜିଲାନ୍ସ ଜାଲରେ ଟେକ୍ନିକାଲ ଆସିଷ୍ଟାଣ୍ଟ

ଭଦ୍ରକ ଅଫିସ,୧୮।୬: ଭଦ୍ରକ ଡିପିସି ଅଫିସର ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କ ଘରେ ଗୁରୁବାର ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରଛନ୍ତି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଟେକ୍ନିକାଲ ଆସିଷ୍ଟାଣ୍ଟ ବୈଲୋଚନ ପୁହାଣଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ଭଦ୍ରକ ସହରରେ ଥିବା ଜଗନ୍ନାଥପୁର ସ୍ଥିତ ନିଜ ବାସଭବନ, ବଣିଆ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଥିବା ସୂଚନା ରହିଛି।